ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଗୁଡ଼ିସୂତାରେ କଟି ୨ ଜଣ ଆହତ

0

କଟକ: ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ।ପୁଣି ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ। ଏହି ଓଭରବ୍ରିଜ୍‌ରେ ବାଇକ୍‌ରେ ଯାଉଥିବା ବେଳେ ପ୍ଲାଷ୍ଟିକ ଚାଇନା ଗୁଡ଼ିସୂତା ଦୁଇ ବାଇକ ଆରୋହୀଙ୍କ ବେକରେ ଲାଗିଥିଲା।

ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଘର କଟକ ବୟାଳିଶମୌଜାର ଜୟନ୍ତ ବାରିକ(୩୬)। ତାଙ୍କର ବେକ ଓ ଆଙ୍ଗୁଳି କଟିଛି। ଅନ୍ୟଜଣେ ଆହତଙ୍କ ଘର ଜଗତସିଂହପୁର ଏରସମା ଅଞ୍ଚଳର ଗୋବିନ୍ଦ ଜେନା(୨୨) ବୋଲି ଜଣା ପଡ଼ିଛି। ଗୋବିନ୍ଦଙ୍କ ନାକରେ ଆଘାତ ଲାଗିଛି। ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଜୟନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗତକାଲି ଅର୍ଥାତ୍‌ ସୋମବାର ମଧ୍ୟ ତ୍ରିଶୁଳିଆଠାରେ ଜଣଙ୍କ ବେକରେ ଗୁଡିସୂତା ଲାଗିବାରୁ ସେ ଆହତ ହୋଇଥିଲେ।

Leave A Reply

Your email address will not be published.