ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଗୁଡ଼ିସୂତାରେ କଟି ୨ ଜଣ ଆହତ

0

କଟକ: ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ।ପୁଣି ଗୁଡ଼ି ସୂତା ଲାଗି ଦୁଇ ଜଣ ଆହତ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ। ଏହି ଓଭରବ୍ରିଜ୍‌ରେ ବାଇକ୍‌ରେ ଯାଉଥିବା ବେଳେ ପ୍ଲାଷ୍ଟିକ ଚାଇନା ଗୁଡ଼ିସୂତା ଦୁଇ ବାଇକ ଆରୋହୀଙ୍କ ବେକରେ ଲାଗିଥିଲା।

ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଘର କଟକ ବୟାଳିଶମୌଜାର ଜୟନ୍ତ ବାରିକ(୩୬)। ତାଙ୍କର ବେକ ଓ ଆଙ୍ଗୁଳି କଟିଛି। ଅନ୍ୟଜଣେ ଆହତଙ୍କ ଘର ଜଗତସିଂହପୁର ଏରସମା ଅଞ୍ଚଳର ଗୋବିନ୍ଦ ଜେନା(୨୨) ବୋଲି ଜଣା ପଡ଼ିଛି। ଗୋବିନ୍ଦଙ୍କ ନାକରେ ଆଘାତ ଲାଗିଛି। ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଜୟନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗତକାଲି ଅର୍ଥାତ୍‌ ସୋମବାର ମଧ୍ୟ ତ୍ରିଶୁଳିଆଠାରେ ଜଣଙ୍କ ବେକରେ ଗୁଡିସୂତା ଲାଗିବାରୁ ସେ ଆହତ ହୋଇଥିଲେ।

Leave A Reply

Your email address will not be published.