ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଭାରସାମ୍ୟ ହରାଇ ପୋଖରୀକୁ ଓଲଟିଲା କାର, ୨ ମୃତ

0

ପୁରୀ: ଭାରସ୍ୟାମ ହରାଇ ପୋଖରୀ ଭିତରକୁ ପଶିଗଲା କାର୍। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତିଗଲେ ଅନ୍ୟ ୨ ଯାତ୍ରୀ। କୋଣାର୍କ ନିମାପଡ଼ା ରାସ୍ତା ଜୁଣେଇ ଶଙ୍ଖଠାରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ କାରଟି ଭାରସ୍ୟାମ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା। ଲ’ ପରୀକ୍ଷା ଦେବାକୁ ଆସିଥିଲେ ପୁରୀ। ହେଲେ ଦୁର୍ଘଟଣାରେ ଚାଲିଗଲା ୨ ଜଣ ଛାତ୍ରଙ୍କ ଜୀବନ।

ଆଜି ପୁରୀରେ ଲ’ ପରୀକ୍ଷା ଥିଲା। ହେଲେ ପରୀକ୍ଷା ପୂର୍ବରୁ କୋଣାର୍କ ବୁଲିବାକୁ ଯାଇଥିଲେ। ଫେରିବା ବାଟରେ ଦୁର୍ଘଟଣାର ଶିକାର ହେଲେ। ସ୍ଥାନୀୟ ଲୋକେ ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁଇ ଆହତଙ୍କୁ ଗୋପ ମେଡିକାଲରେ ଚିକିତ୍ସା କରାଯାଉଛି। ଖବର ପାଇ କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ କାର ଚାଳକ ନିମାପଡ଼ାର ସନ୍ଦୀପ ମହାପାତ୍ର ଓ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସନାତନ ସେନାପତି। ଆହତ ଦୁଇ ଜଣ ହେଲେ ମନୀଷ ସେନାପତି ଓ ବାଲିପାଟଣା ଅଞ୍ଚଳର ପୁପୁଲ ପରିଡ଼ା।

Leave A Reply

Your email address will not be published.