ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମହାକୁମ୍ଭ ଟେଣ୍ଟ ସିଟିର ସେକ୍ଟର ୧୯ରେ ଏହି ଅଗ୍ନିକାଣ୍ଡ ଘଟିଛି। ରୋଷେଇ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହା ଘଟିଥିବା ପୁଲିସ କହିଛି।

କୁମ୍ଭମେଳାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି ଯେ ପ୍ରାୟ ୨୫ ଟି ତମ୍ବୁରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର କହିଛନ୍ତି ଯେ ଗୀତା ପ୍ରେସର ଟେଣ୍ଟରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ୱ ଦେଇଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଧିକାରୀ ଓ ଅଗ୍ନିଶମ ଟିମ୍ ସହ କଥା ହୋଇଥିଲେ।

ଅଗ୍ନିକାଣ୍ଡ କାରଣରୁ ସେଠାରେ ଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟିବାରେ ଲାଗିଥିଲା। ରୋଷେଇ ପାଇଁ ଏହି ସିଲିଣ୍ଡର ସବୁ ରଖାଯାଇଥିଲା। ପ୍ରବଳ ବେଗରେ ପବନ ବହୁଥିବାରୁ ନିଆଁ କାବୁ କରିବାରେ ବାଧା ଉପୁଜିଥିଲା। ବହୁ ପ୍ରୟାସ ବଳରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଦମକଳବାହିନୀ। ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଖାଲି କରାଯାଇଛି। ସେକ୍ଟର- ୧୯ ଅଞ୍ଚଳକୁ ସିଲ୍ କରିଦିଆଯାଇଛି।

Leave A Reply

Your email address will not be published.