ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ

0

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ମହାକୁମ୍ଭରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମହାକୁମ୍ଭ ଟେଣ୍ଟ ସିଟିର ସେକ୍ଟର ୧୯ରେ ଏହି ଅଗ୍ନିକାଣ୍ଡ ଘଟିଛି। ରୋଷେଇ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏହା ଘଟିଥିବା ପୁଲିସ କହିଛି।

କୁମ୍ଭମେଳାର ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରମୋଦ ଶର୍ମା କହିଛନ୍ତି ଯେ ପ୍ରାୟ ୨୫ ଟି ତମ୍ବୁରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର କହିଛନ୍ତି ଯେ ଗୀତା ପ୍ରେସର ଟେଣ୍ଟରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ୱ ଦେଇଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଧିକାରୀ ଓ ଅଗ୍ନିଶମ ଟିମ୍ ସହ କଥା ହୋଇଥିଲେ।

ଅଗ୍ନିକାଣ୍ଡ କାରଣରୁ ସେଠାରେ ଥିବା ସିଲିଣ୍ଡର ଗୋଟିଏ ପରେ ଗୋଟିଏ ଫାଟିବାରେ ଲାଗିଥିଲା। ରୋଷେଇ ପାଇଁ ଏହି ସିଲିଣ୍ଡର ସବୁ ରଖାଯାଇଥିଲା। ପ୍ରବଳ ବେଗରେ ପବନ ବହୁଥିବାରୁ ନିଆଁ କାବୁ କରିବାରେ ବାଧା ଉପୁଜିଥିଲା। ବହୁ ପ୍ରୟାସ ବଳରେ ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ଦମକଳବାହିନୀ। ସେପଟେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଖାଲି କରାଯାଇଛି। ସେକ୍ଟର- ୧୯ ଅଞ୍ଚଳକୁ ସିଲ୍ କରିଦିଆଯାଇଛି।

Leave A Reply

Your email address will not be published.