ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ

0

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡିଓ। ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। କେବଳ ଗର୍ଭଗୃହ ନୁହେଁ ବରଂ ୨୨ ପାହଚ, ଭିତରବେଢା ଓ ମନ୍ଦିର ଅନେକ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ଉତ୍ତୋଳନ କରାଯାଇଛି। ଗରୁଡ଼ ସ୍ତମ୍ଭ ପାଖରୁ କୀର୍ତ୍ତନ ଚକଡ଼ାର ଫଟୋ ଉଠାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଏହି ବ୍ୟକ୍ତି ଜଣକ ନିଜ ଇନଷ୍ଟାଗ୍ରାମ ଓ ଫେସବୁକ ପେଜରେ ଏହି ଭିଡିଓ ଅପଲୋଡ଼ କରିଛନ୍ତି। ଭାଇରାଲ ଭିଡିଓରେ ମନ୍ଦିରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନ ରହିଛି। ସିଂହଦ୍ବାର, ବାଇଶି ପାହାଚ, ଭିତରବେଢା ସମେତ ସିଧା ଗର୍ଭଗୃହ ଓ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅବସ୍ଥାନ ମଧ୍ୟ ଭିଡିଓରେ ରେକର୍ଡ କରାଯାଇଛି। ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ ମୋବାଇଲ୍ ଫୋନ୍ କିଭଳି ନେଲେ ଏବଂ ସମ୍ବେଦନଶୀଳ ଗର୍ଭଗୃହ ଓ ଭିତରବେଢ଼ାରେ କିପରି ଭିଡିଓ ଉତ୍ତୋଳନ କରିବାକୁ ସକ୍ଷମ ହେଲେ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ମାଳ ମାଳ କର୍ମଚାରୀ, ସେବାୟତ, ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି) ଉପସ୍ଥିତ ରହୁଥିବା ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନାଯୋଗ୍ୟ, ଗତକିଛି ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ସହ ଫେସବୁକରେ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ବାରମ୍ବାର ପତିତପାବନ ବାନା ପରିବର୍ତ୍ତନ କରିବା ସମୟରେ ନିୟମିତ ଡ୍ରୋନ ଉଡାଯାଉଥିବା ଚୁନରା ସେବାୟତମାନେ ଅଭିଯୋଗ କରୁଛନ୍ତି। ମୋବାଇଲ ନେଇ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ ଏହାକୁ କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମାନୁନଥିବା ମଧ୍ୟ ଅଭିଯୋଗ ହେଉଛି। ଏହା ସହ ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମଧ୍ୟ ସେବାୟତମାନେ ଟଙ୍କା ନେଇ ଶ୍ରୀମନ୍ଦିରରେ ପ୍ରବେଶ କରାଯାଉଥିବା ପରି ସଙ୍ଗୀନ ଅଭିଯୋଗ ରହିଛି।

Leave A Reply

Your email address will not be published.