ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ଭାସିଗଲେ ଯୁବକ

0

କେନ୍ଦୁଝର: ଭୋଜି କରିବା ହେଲା କାଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ ଥିବା ଗଭୀର ଗଣ୍ଡରେ ରବିବାର ଅପରାହ୍ନରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା ବାଲିକୁଦା ଗାଁର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ୍‌ ଦାସ।

ମିଳିଥିବା ସୂଚନା ମୁତାବକ, ବିଶ୍ୱଜିତ୍‌ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମାରୁତି ସୁଜୁକି ସର୍ଭିସ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଅଫିସ ଷ୍ଟାଫଙ୍କ ସହ ସେ ଭୀମକୁଣ୍ଡକୁ ଭୋଜି କରିବାକୁ ଆସିଥିଲେ। ଭୀମକୁଣ୍ଡର ଠାକୁରମୁଣ୍ଡା ପାର୍ଶ୍ୱରେ ଭୋଜି ପାଇଁ ରୋଷେଇ ଚାଲିଥିଲା। ସେତିକିବେଳେ ବିଶ୍ୱଜିତ୍‌ ସାନ କୁଣ୍ଡ ଉପରେ ଥିବା ଗଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ବିଶ୍ୱଜିତଙ୍କ କୌଣସି ସନ୍ଧାନ ମିଳି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.