ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ମହାକୁମ୍ଭରେ ଦଳାଚକଟା ପରେ ନିୟମରେ ପରିବର୍ତ୍ତନ

0

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ମେଳା କ୍ଷେତ୍ରରେ ୫ଟି ବଡ ପରିବର୍ତ୍ତନ ଲାଗୁ କରାଯାଇଛି। ଯାହା ଅଧୀନରେ ମେଳା ପରିସରରେ ପାଞ୍ଚଟି ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ କରାଯାଇଛି।

ପ୍ରଥମତଃ, ସମଗ୍ର ମେଳା ଅଞ୍ଚଳକୁ ଏବେ ଯାନବାହନ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଯାହା ଯୋଗୁଁ କୌଣସି ପ୍ରକାରର ଯାନବାହନକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ଏତିକି ନୁହେଁ, ଭିଭିଆଇପି ପାସ ଏବଂ ଟ୍ରାଫିକରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ମେଳା ଅଞ୍ଚଳରେ ରାସ୍ତାକୁ ଓ୍ବାନ୍ ଓ୍ବେ କରାଯାଇଛି। ଭକ୍ତମାନେ ସୁବିଧାରେ ପ୍ରବେଶ ଲାଗି ଓ୍ବାନ୍ ଓ୍ବେ ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁଥିରେ ଭକ୍ତମାନେ ଗୋଟିଏ ମାର୍ଗରୁ ପ୍ରବେଶ କରିବେ। ଏବଂ ଅନ୍ୟ ଏକ ମାର୍ଗରୁ ବାହାରକୁ ଆସିପାରିବେ।

ମହାକୁମ୍ଭରେ ଦଳାଚକଟା ଘଟଣା ପରେ, ପୋଲିସ ପ୍ରଶାସନ ସକ୍ରିୟ ହୋଇଛି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ପରେ, ଭକ୍ତଙ୍କ ସୁବିଧା ଏବଂ ସୁରକ୍ଷାକୁ ଧ୍ୟାନରେ ରଖି ମେଳା ସ୍ଥାନ ପାଇଁ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ଭବିଷ୍ୟତରେ ଏପରି ଦୁର୍ଘଟଣାକୁ ରୋକାଯାଇପାରିବ। ଏବେ ବସନ୍ତ ପଞ୍ଚମୀରେ ଅମୃତ ସ୍ନାନକୁ ସୁଚାରୁରୂପେ କରିବା ପାଇଁ ପୋଲିସ ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି।

Leave A Reply

Your email address will not be published.