ଜୟପୁର: ମହାକୁମ୍ଭ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ। ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା। ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ ଡିଭାଇଡର୍ ଭାଙ୍ଗି ଆଗରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ସମସ୍ତ ଆଠ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ଛଅ ଜଣ ଆହତ ହୋଇଛନ୍ତି।
ମୃତକମାନେ ଭିଲୱାଡାରୁ ମହାକୁମ୍ଭକୁ ବୁଡ ପକେଇବାକୁ ଯାଉଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି। ସମସ୍ତ ମୃତକ ପୁରୁଷ ବୋଲି ଜଣାପଡିଛି । ଏପଟେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍ ଓ କାରକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ସହ ଧକ୍କା ହେବା ପରେ କାରଟି ଭାଙ୍ଗି ଚୁରମାର୍ ହୋଇଯାଇଛି ।