ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ପାନ ଦୋକାନରେ ନିଆଁ ଲାଗି ଜୀବନ୍ତ ଜଳି ଗଲେ ମହିଳା

0

ପଟ୍ଟାମୁଣ୍ଡାଇ: ପାନ ଦୋକାନରେ ଲାଗିଲା ନିଆଁ। ନିଜ ଦୋକାନରେ ନିଜେ ଜଳି ଗଲେ ମହିଳା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଛକରେ ଘଟିଛି ଏଭଳି ଘଟଣା। ମୃତ ମହିଳା ଜଣଙ୍କ ହେଲେ ୪୮ ବର୍ଷିୟ କମଳା ସାହୁ। ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ସବୁ ଦିନ ପରି ଆଜି ମଧ୍ୟ ସକାଳୁ ସକାଳୁ ଦୋକାନ ଖୋଲିବାକୁ ଯାଇଥିଲେ କମଳା। ଦୋକାନ ଖୋଲି ଦୋକାନ ପୂଜା କରିବା ସହ ଠାକୁରଙ୍କ ପାଖରେ ଧୂପ ଲଗାଇଥିଲେ କମଳା। କିନ୍ତୁ ଦୁର୍ଭାଗ୍ୟ ବସତଃ ଧୁପ ଦେଇଥିବା ସ୍ଥାନ ପାଖରେ ବିକ୍ରି କରିବାକୁ ରଖାଯାଇଥିବା ପେଟ୍ରୋଲରେ ନିଆଁ ଲାଗି ଚାରିଆଡକୁ ବ୍ୟାପି ଯାଇଥିଲା। ଫଳରେ ନିଆଁ ଜୋରରେ ଲାଗିବାରୁ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଫୋନ କରଥିଲେ। ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା। ଏହାପରେ ଦୋକାନ ଭିତରୁ ଦୋକାନୀ ମାଲିକାଣିଙ୍କ କମଳା ସାହୁଙ୍କ ଦଗ୍ଧ ଶରୀର ଉଦ୍ଧାର କରାଯାଇଥିଲ। ନିଆଁରେ କମଳା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କମଳାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.