ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ପାନ ଦୋକାନରେ ନିଆଁ ଲାଗି ଜୀବନ୍ତ ଜଳି ଗଲେ ମହିଳା

0

ପଟ୍ଟାମୁଣ୍ଡାଇ: ପାନ ଦୋକାନରେ ଲାଗିଲା ନିଆଁ। ନିଜ ଦୋକାନରେ ନିଜେ ଜଳି ଗଲେ ମହିଳା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଛକରେ ଘଟିଛି ଏଭଳି ଘଟଣା। ମୃତ ମହିଳା ଜଣଙ୍କ ହେଲେ ୪୮ ବର୍ଷିୟ କମଳା ସାହୁ। ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ସବୁ ଦିନ ପରି ଆଜି ମଧ୍ୟ ସକାଳୁ ସକାଳୁ ଦୋକାନ ଖୋଲିବାକୁ ଯାଇଥିଲେ କମଳା। ଦୋକାନ ଖୋଲି ଦୋକାନ ପୂଜା କରିବା ସହ ଠାକୁରଙ୍କ ପାଖରେ ଧୂପ ଲଗାଇଥିଲେ କମଳା। କିନ୍ତୁ ଦୁର୍ଭାଗ୍ୟ ବସତଃ ଧୁପ ଦେଇଥିବା ସ୍ଥାନ ପାଖରେ ବିକ୍ରି କରିବାକୁ ରଖାଯାଇଥିବା ପେଟ୍ରୋଲରେ ନିଆଁ ଲାଗି ଚାରିଆଡକୁ ବ୍ୟାପି ଯାଇଥିଲା। ଫଳରେ ନିଆଁ ଜୋରରେ ଲାଗିବାରୁ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଫୋନ କରଥିଲେ। ଦୀର୍ଘ ଦୁଇଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା। ଏହାପରେ ଦୋକାନ ଭିତରୁ ଦୋକାନୀ ମାଲିକାଣିଙ୍କ କମଳା ସାହୁଙ୍କ ଦଗ୍ଧ ଶରୀର ଉଦ୍ଧାର କରାଯାଇଥିଲ। ନିଆଁରେ କମଳା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କମଳାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.