ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

୧୫ ପରେ ଆଉ ବଢିବନି ଇ-କେୱାଇସି ଅବଧି: ଖାଦ୍ୟ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ବର: ରାସନ କାର୍ଡ଼କୁ ନେଇ ରବିବାର ଏକ ବଡ଼ ଖବର ଆସିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଶନ କାର୍ଡ ଇ-କେୱାଇସି ଅବଧିକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଫେବୃୟାରୀ ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି। ଏହାପରେ ଆଉ ବଢ଼ିବନି ଇ-କେୱାଇସି ଅବଧି। ଫେବୃଆରୀ ୧୫ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଜଣ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ୮ ଲକ୍ଷ ଆୟକରଦାତା ବି ହାତେଇଛନ୍ତି ରାଶନକାର୍ଡ। ସ୍ବାସ୍ଥ୍ୟ କାର୍ଡ ହାତେଇବାକୁ ରାଶନକାର୍ଡ ନେଇଥିଲେ। ୧୨ ହଜାର ଚାକିରିଆ, ବଡ଼ବଡ଼ିଆ ରାଶନକାର୍ଡ ଫେରାଇ ସାରିଲେଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେଥିରୁ ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ କାର୍ଡ ଫେରାଇଲେଣି ଓ ଆଗକୁ ଆହୁରି ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସର୍ଭେ କରିବାକୁ କୁହାଯାଇଛି। ଅଧିକ ରୋଜଗାର କରୁଥିବା ଲୋକ ଯଦି କାର୍ଡ ପାଇଛନ୍ତି, ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ସେମାନେ ଯଦି ସମୟ ସୀମା ଭିତରେ କାର୍ଡ ନ ଫେରାନ୍ତି, ତେବେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।

ଅନ୍ୟପକ୍ଷରେ ଏହି ଇ-କେୱାଇସି ଅପଡେଟ୍‌କୁ ନେଇ ଚିନ୍ତାରେ ପଡ଼ିଛନ୍ତି ହିତାଧିକାରୀ। ଘରର ଅନେକ ସଦସ୍ୟ ବାହାର ରାଜ୍ୟ, ଏପରିକି ଦେଶ ବାହାରେ କାମ କରୁଛନ୍ତି। ସରକାର ନିର୍ଦ୍ଧାରିତ କରିଥିବା ମାସକ ମଧ୍ୟରେ ସମସ୍ତେ କେମିତି ଆସି ବାୟୋମେଟ୍ରିକ ଦେବେ ବୋଲି ହିତାଧିକାରୀ ପ୍ରଶ୍ନ ଉଠାଇଥିଲେ। ଏହି ଅବଧିକୁ ବଢ଼ାଇବା ପାଇଁ ହିତାଧିକାରୀଙ୍କ ପକ୍ଷରୁ ଜୋର୍‌ଦାର ଦାବି କରିଥିଲେ।

Leave A Reply

Your email address will not be published.