ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦାଦନ ଖଟିବାକୁ ଯାଇ ବିଦ୍ୟୁତ ଆଘାତରେ ବାପା ଓ ପୁଅ ମୃତ

0

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ବାପ ପୁଅ ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଛନ୍ତି। ବିଦ୍ୟୁତ ଆଘାତରେ ବାପା ପୁଅଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଏପଟେ ଘଟଣାକୁ ନେଇ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ , ଅଭିରାମ ଓ ଉତ୍ତମ ତାମିଲନାଡୁର ଧର୍ମପୁରୀ ଜିଲ୍ଲା ଅନ୍ତର୍ଗତ କୋଟାପଟ୍ଟି ଥାନା ଅଧୀନସ୍ଥ ଏସକେଏମ ଏନିମଲ ଫିଡ ଏଣ୍ଡ ଫୁଡ୍ ଇଣ୍ଡିଆ ଭିଏସ ଲିମିଟେଡରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବଲାଙ୍ଗୀରର ଅଭିରାମ ଓ ଉତ୍ତମ। କୌଣସି କାରଣରୁ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ତାମିଲନାଡୁରୁ ସିନ୍ଧେକେଲା ପୋଲିସ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ଜଣାଇବା ପାଇଁ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ତେବେ ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଓଡ଼ିଶାକୁ ଉଭୟଙ୍କ ମର ଶରୀର ପଠାଯିବ ବୋଲି ସୂଚନା ମିଳିଛି।

ମୃତକଙ୍କ ପରିବାର ସଦସ୍ୟମାନେ ମୃତ୍ୟୁର ପାରିପାର୍ଶ୍ଵିକ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛନ୍ତି, ପୋଲିସକୁ ଏପରି ଅନେକ ଶ୍ରମିକଙ୍କୁ ପୀଡ଼ା ଦେଉଥିବା ସମ୍ଭାବ୍ୟ ଶୋଷଣ ଏବଂ ଅସୁରକ୍ଷିତ କାର୍ଯ୍ୟ ପରିବେଶ ବିଷୟରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.