ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଦାଦନ ଖଟିବାକୁ ଯାଇ ବିଦ୍ୟୁତ ଆଘାତରେ ବାପା ଓ ପୁଅ ମୃତ

0

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ବାପ ପୁଅ ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଛନ୍ତି। ବିଦ୍ୟୁତ ଆଘାତରେ ବାପା ପୁଅଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଏପଟେ ଘଟଣାକୁ ନେଇ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ , ଅଭିରାମ ଓ ଉତ୍ତମ ତାମିଲନାଡୁର ଧର୍ମପୁରୀ ଜିଲ୍ଲା ଅନ୍ତର୍ଗତ କୋଟାପଟ୍ଟି ଥାନା ଅଧୀନସ୍ଥ ଏସକେଏମ ଏନିମଲ ଫିଡ ଏଣ୍ଡ ଫୁଡ୍ ଇଣ୍ଡିଆ ଭିଏସ ଲିମିଟେଡରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବଲାଙ୍ଗୀରର ଅଭିରାମ ଓ ଉତ୍ତମ। କୌଣସି କାରଣରୁ ବିଦ୍ୟୁତ୍ ଆଘାତରେ ଦୁଇ ଜଣଙ୍କ ଜୀବନ ଯାଇଛି। ତାମିଲନାଡୁରୁ ସିନ୍ଧେକେଲା ପୋଲିସ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ଜଣାଇବା ପାଇଁ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ତେବେ ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଓଡ଼ିଶାକୁ ଉଭୟଙ୍କ ମର ଶରୀର ପଠାଯିବ ବୋଲି ସୂଚନା ମିଳିଛି।

ମୃତକଙ୍କ ପରିବାର ସଦସ୍ୟମାନେ ମୃତ୍ୟୁର ପାରିପାର୍ଶ୍ଵିକ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛନ୍ତି, ପୋଲିସକୁ ଏପରି ଅନେକ ଶ୍ରମିକଙ୍କୁ ପୀଡ଼ା ଦେଉଥିବା ସମ୍ଭାବ୍ୟ ଶୋଷଣ ଏବଂ ଅସୁରକ୍ଷିତ କାର୍ଯ୍ୟ ପରିବେଶ ବିଷୟରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.