ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

0

ଲିଭିଗଲା ଲାଇଟ୍‌,ବାରବାଟୀ ଅନ୍ଧାର, ପଡ଼ିଆରୁ ଚାଲିଗଲେ ଖେଳାଳି

କଟକ: ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଧାରେ ଅଟକିଲା ମ୍ୟାଚ୍। ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍। ଫଳରେ ଅଧାରୁ ଅଟକିରହିଲା ମ୍ୟାଚ୍। ଫଳରେ ଖେଳ ସ୍ଥଗିତ ରହିଛି ଓ ଖେଳାଳିମାନେ ପାଭିଲିଅନକୁ ଫେରିଯାଇଛନ୍ତି।

ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ ହେବାର ମାତ୍ର ୬ ଓଭର ଗୋଟିଏ ବଲ ପଡିଥିବା ବେଳେ ଏଭଳି ଘଟିଛି। ହଠାତ ଦିନ ଭଳି ଝଲସୁ ଥିବା ପଡିଆ ଭିତରେ କେହି କିଛି ବୁଝିବା ଆଗରୁ ଲାଇଟ ଧପ ଧପ ହୋଇଥିଲା ଓ ସମସ୍ତେ ଭାବିଥିଲେ ଯେ ହୁଏତ ବିଦ୍ୟୁତ ସରବରାହରେ କୌଣସି ସାମାନ୍ୟ ତ୍ରୁଟି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଲାଇଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବ୍ୟାଟ୍ସମ୍ୟାନ ମଧ୍ୟ ବଲ ଦିଶୁନ ଥିବା ଅଭିଯୋଗ କରିଥିଲେ।

ରୋହିତ ଶର୍ମା ୨୯ ଓ ଶୁଭମନ ଗିଲ ୧୭ ରନ କରି ଖେଳୁଥିବା ବେଳେ ଫ୍ଲଡ ଲାଇଟ୍‌ରେ ସମସ୍ୟା ଦେଖା ଦେଇଥିଲା ଓ ପରେ ଜଣାପଡିଲା ଯେ କ୍ଲବ ଟାଓ୍ୱାର ଲାଇଟ୍‌ କାମ କରୁନାହିଁ। ଏଭଳି ଅଭାବନୀୟ ସ୍ଥିତି ବାରବାଟୀ ଓ ବିଶେଷ ଭାବେ ଓଡିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ବହୁ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ ଏକଦିବସୀୟ ଖେଳା ଯାଉଥିବା ବେଳେ ଏ ପ୍ରକାର ତ୍ରୁଟି ଯୋଗୁ ଆଗାମୀ ଦିନରେ ବାରବାଟୀରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଏହି ତ୍ରୁଟି ପାଇଁ ଓଡିଶା କ୍ରିକେଟ ସଙ୍ଘ କୌଣସି ବିବୃତି ଦେଇ ନାହିଁ।

ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ। ଏହି ସମୟରେ ଲିଭି ଯାଇଥିଲା ଫ୍ଲଡ ଲାଇଟ୍। ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା।

Leave A Reply

Your email address will not be published.