ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭକ୍ତ ଚରଣ ଦାସ ହେଲେ ପିସିସି ସଭାପତି

0

ଭୁବନେଶ୍ବର: କିଏ ହେବ କଂଗ୍ରେସ ପିସିସି ସଭାପତି ? ଏହାକୁ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ପିସିସି ସଭାପତିଙ୍କ ନାଁ ଘୋଷଣା କଲା ଏଆଇସିସି। ଓଡ଼ିଶା ପିସିସି ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ନାଁ ଘୋଷଣା କରାଯାଇଛି। ଏନେଇ ଏଆଇସିସି ସୂଚନା ଦେଇଛି।

ସୂଚନାଯୋଗ୍ୟ, ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ପିସିସି ସଭାପତି ପଦ ଖାଲି ପଡ଼ିଥିଲା। ଏପରିକି ଦୀର୍ଘଦୀନ ହେବ ବିନା ମୁଖିଆରେ ରାଜ୍ୟ କଂଗ୍ରେସ ପରିଚାଳିତ ହେଉଥିଲା। ମୁଖିଆ ନଥିବାରୁ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ ମିଳୁ ନଥିଲା। ଏପରିକି ପିସିସି ସଭାପତିକୁ ନେଇ ସମୟେ ସମୟେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେଉଥିଲା।

ଦୀର୍ଘଦିନ ମୁଖିଆ ପଦ ଖାଲି ପଡ଼ିବା କାରଣରୁ ବରିଷ୍ଠ ନେତାମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାକୁ ଲାଗିଥିଲେ। ଏଆଇସିସି ଯାହାକୁ ବି ଦାୟିତ୍ବ ଦେବାକୁ ଚାହୁଁଛନ୍ତି, ତୁରନ୍ତ ଦେବାକୁ ଦଳରୁ ଦାବି ଉଠବାରେ ଲାଗିଥିଲା।

Leave A Reply

Your email address will not be published.