ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ରକ୍ତାକ୍ତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

0

ସମ୍ବଲପୁର: ସମ୍ବଲପୁର ବୁର୍ଲାର ଅଞ୍ଚଳରୁ ଜଣେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ବୁର୍ଲା ପୁଲିସ। ତାଙ୍କୁ ବୁର୍ଲା ହସ୍ପିଟାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଦ୍ଧାର ଛାତ୍ରୀ ବୁର୍ଲାର ଲାଇବ୍ରେରୀ ସାଇନ୍ସ ବିଭାଗର ଅଟନ୍ତି। ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ବୋଲି ସୂଚନା ମିଳିଛି। ୧୦ରୁ ୧୨ ଜଣ ଦୁର୍ବୃତ୍ତ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ। ଘଟଣାରେ ସମ୍ବଲପୁର ପୋଲିସ ତନାଘନା ଆରମ୍ଭ କରିଛି।

ପୋଲିସ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, ଛାତ୍ରୀ ଜଣଙ୍କ ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ୨ଟି ଅଟୋରିକ୍ସାରେ ପ୍ରାୟ ୧୦ ରୁ ୧୨ ଜଣ ଲୋକ ସଂପୃକ୍ତ ଛାତ୍ରୀଙ୍କ ସହ ଘଟଣା ସ୍ଥଳରେ ଓହ୍ଲାଇଥିଲେ ଏବଂ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଜଣେ ଏକ ପଥରରେ ତାଙ୍କ ମୁଣ୍ଡକୁ ପିଟି ଦେବା ଫଳରେ କପାଳରୁ ରକ୍ତସ୍ରାବ ହୋଇଥିଲା। କେହି କିଛି ବୁଝିବା ପୂର୍ବରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳ ଛାଡ଼ି ଅଟୋ ରିକ୍ସାରେ ସମ୍ବଲପୁର ଆଡ଼କୁ ପଳାଇଥିଲେ। ଆକ୍ରମଣର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ, ସିସିଟିଭି ଫୁଟେଜ ଆଧାରରେ ପୋଲିସ ୨ଟି ଯାକ ଅଟୋ ରିକ୍ସାକୁ ଠାବ କରିବା ସହ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।

ତେବେ ସେମାନେ କିଏ ଏବଂ ଛାତ୍ରୀଙ୍କ ସହ ଅଟୋରିକ୍ସାରେ କୁଆଡ଼େ ଯାଇଥିଲେ, କ୍ଲାସ କରିବାକୁ ଆସି ଛାତ୍ରୀ ଜଣକ ସେମାନଙ୍କ ସହ କାହିଁକି ଅଟୋରେ ଓହ୍ଲାଇଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଆହତ ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଏ ନେଇ ମୁହଁ ଖୋଲୁ ନାହାନ୍ତି। ସମ୍ବଲପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.