ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ସାମିଲ

0

ଭୁବନେଶ୍ବର: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି। ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଏହା ସୂଚନା ଦେଇଛନ୍ତି।

ସେ ଦେଇଥିବା ତଥ୍ୟ ଅନୁସାରେ, ପିଏମ୍‌ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି। ୧୮ତମ କିସ୍ତି ପ୍ରଦାନ ବେଳେ ବାଦ ପଡ଼ିଥିବା ଚାଷୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସ୍ବତନ୍ତ୍ର ଡ୍ରାଇଭ୍‌ ଜରିଆରେ ବିଭାଗ ପକ୍ଷରୁ ସେମାନଙ୍କୁ ୧୯ତମ କିସ୍ତିରେ ସାମିଲ୍‌ କରାଯାଇଛି। ଗତ ଥର ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ହିତାଧିକାରୀଙ୍କ ବୃଦ୍ଧି ଘଟିଛି। ଯେଉଁମାନେ ବାଦ୍‌ ପଡ଼ିଛନ୍ତି ପରେ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସଚିବ ପାଢ଼ୀ କହିଛନ୍ତି।।

Leave A Reply

Your email address will not be published.