ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର

0

ସମ୍ବଲପୁର: ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ପୋଲିସ। ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ଅଇଁଠାପାଲି ଥାନା ଲମ୍‌‌ଡୁଙ୍ଗରୀ ନିକଟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ମହେଶ ପୁଲିସକୁ ଦେଖି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲା ଓ ଏଥିସହ ପୁଲିସ ଉପରକୁ ଗୁଳି କରିଥିଲା। ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ମହେଶର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମହେଶ ନାଁରେ ସମ୍ବଲପୁର ଓ ବରଗଡ଼ରେ ଅପରାଧିକ ମାମଲା ରହିଛି। ପୁଲିସ ତା’ ନିକଟରୁ ବନ୍ଧୁକ ସହ ନଗଦ ୪୦ ହଜାର ଟଙ୍କା ଜବତ କରିଛି। ଏଥିସହ ଘଟଣାସ୍ଥଳରୁ ୨ଟି ଖୋକା ଜବତ କରଛି।

Leave A Reply

Your email address will not be published.