ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଅଷ୍ଟ୍ରେଲିଆକୁ ହରାଇଲା ଭାରତ

0

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ଭାରତ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ବିଜୟ । ୨୬୫ ବିଜୟ ଲକ୍ଷ୍ୟକୁ ପାର କଲା ଇଣ୍ଡିଆ। ଏଥିସହ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ତେବେ ୨୦୧୧ ପରେ ପ୍ରଥମ ଥର ଲାଗି ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଆଇସିସି ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ମୁକାବିଲାରେ ପରାଜିତ କରିଛି।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମ୍ୟାଚରେ ଭାରତର ବିଜୟ ହାସଲ କରିଛି । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ। ଭାରତର ବିସ୍ଫୋରକ ବୋଲିଂ ଆଗରେ କଙ୍ଗାରୁ ଟିମ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ୪୮ ଓଭରରେ ୪ ଓ୍ବିକେଟରେ ୨୬୫ ରନ କରି ବିଜୟ ହାସଲ କରିଛି ଇଣ୍ଡିଆ। ଏଥିସହ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି।

ଟିମ୍‌ ଇଣ୍ଡିଆ ପକ୍ଷରୁ ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ। ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ୨୬୫ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଥିଲେ। ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଥିଲା। ବ୍ୟାଟିଂରେ ମଧ୍ୟ ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ମାନେ ଦମ୍‌ ଦେଖାଇଥିଲେ। ଦଳ ପକ୍ଷରୁ କୋହଲି ସର୍ବାଧିକ ୮୪ ରନ୍‌ କରିଥିବା ବେଳେ ଶ୍ରେୟାସ ଆୟର ୪୫ ଏବଂ କେ ଏଲ୍‌ ରାହୁଲ ଅପରାଜିତ ୪୨ରନ୍‌ ହାସଲ କରିଥିଲେ।

Leave A Reply

Your email address will not be published.