ପ୍ରମୁଖ ଖବର

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି
ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ବହିଷ୍କାର
ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ
ନେହେରୁ ବଙ୍ଗଳା ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ବୋଟ୍
ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଶେଷ
ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଓ ସହାୟକଙ୍କୁ ମିଳିବ ୫ଶହ ଟଙ୍କା :ପ୍ରଭାତୀ ପରିଡା
ସରିଲା ମାଟ୍ରିକ୍ ପରୀକ୍ଷା, ମାର୍ଚ୍ଚ ୧୯ରୁ ଖାତା ଦେଖା

ନେହେରୁ ବଙ୍ଗଳା ମାଛଧରା ଜେଟିରେ ଅଗ୍ନିକାଣ୍ଡ

0

ଜଳିଗଲା ୧୦ରୁ ଅଧିକ ବୋଟ୍
ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ବଡ଼ ଧରଣର ଅଗ୍ନିକାଣ୍ଡ। ଭୟଙ୍କର ନିଆଁରେ ଜଳିଗଲା ୧୦ଟି ବୋଟ୍। ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ଧିରେ ଧିରେ ଅନ୍ୟ ବୋଟରେ ନିଆଁ ଧରିଥିଲା।

ବୋଟରେ ଡିଜେଲ ଥିବାରୁ ନିଆଁ ତୀବ୍ର ବେଗରେ ପାଖରେ ଥିବା ବୋଟରେ ଲାଗିଯାଇଥିଲା। ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନିଆଁ କିଭଳି ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଘଟଣାସ୍ଥଳରେ ୫ଟି ଥାନାର ପୁଲିସ ମୁତୟନ ଅଛନ୍ତି। ତେବେ ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ।

ତେବେ ସବୁଠାରୁ ବଡ଼ କଥା ହେଉଛି ଜେଟିରେ ଆହୁରି ଅନେକ ବୋଟ୍ ଥିବାରୁ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି। ସେପଟେ କେମିତି ମାଛଧରା ଜେଟିରେ ନିଆଁ ଲାଗିଲା ତା’ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପାରାଦୀପର ୫ଟି ଥାନାର ପୋଲିସ ମଧ୍ୟ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.