ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ନେହେରୁ ବଙ୍ଗଳା ମାଛଧରା ଜେଟିରେ ଅଗ୍ନିକାଣ୍ଡ

0

ଜଳିଗଲା ୧୦ରୁ ଅଧିକ ବୋଟ୍
ପାରାଦୀପ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ବଡ଼ ଧରଣର ଅଗ୍ନିକାଣ୍ଡ। ଭୟଙ୍କର ନିଆଁରେ ଜଳିଗଲା ୧୦ଟି ବୋଟ୍। ପ୍ରଥମେ ଗୋଟିଏ ବୋଟରେ ନିଆଁ ଲାଗିବା ପରେ ଧିରେ ଧିରେ ଅନ୍ୟ ବୋଟରେ ନିଆଁ ଧରିଥିଲା।

ବୋଟରେ ଡିଜେଲ ଥିବାରୁ ନିଆଁ ତୀବ୍ର ବେଗରେ ପାଖରେ ଥିବା ବୋଟରେ ଲାଗିଯାଇଥିଲା। ଘଟଣାସ୍ଥଳରେ ୬ଟି ଅଗ୍ନିଶମ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନିଆଁ କିଭଳି ଲାଗିଲା ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଘଟଣାସ୍ଥଳରେ ୫ଟି ଥାନାର ପୁଲିସ ମୁତୟନ ଅଛନ୍ତି। ତେବେ ପାରଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ନିଆଁ ଲାଗିବା ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ୮ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାମରେ ଲାଗିଥିଲେ।

ତେବେ ସବୁଠାରୁ ବଡ଼ କଥା ହେଉଛି ଜେଟିରେ ଆହୁରି ଅନେକ ବୋଟ୍ ଥିବାରୁ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି। ସେପଟେ କେମିତି ମାଛଧରା ଜେଟିରେ ନିଆଁ ଲାଗିଲା ତା’ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପାରାଦୀପର ୫ଟି ଥାନାର ପୋଲିସ ମଧ୍ୟ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.