ପ୍ରମୁଖ ଖବର

ଏଫଆଇଆର୍‌‌ ନ ରଖିଲେ ହେବେ ସସ୍‌ପେଣ୍ଡ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପାଚିକା ସଂଘର ହାଣ୍ଡିଛାଡ ଆନ୍ଦୋଳନ। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ
ମଧ୍ୟପ୍ରଦେଶର ବୈତୁଲରେ ଥିବା କୋଇଲା ଖଣିରେ ଏକ ବଡ଼ ଦୁର୍ଘଟଣା: ୩ ଶ୍ରମିକ ମୃତ
ଦୁର୍ଘଟଣା ରୋକିବାକୁ ‘ଶୂନ୍ୟ ସହନଶୀଳତା ଦିବସ’ ଘୋଷଣା କଲେ ରାଜ୍ୟ ସରକାର
ସୋମବାର ଯାଏଁ ମୁଲତବି ହେଲା ବିଧାନସଭା

ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

0

କଟକ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ। ଜଷ୍ଟିସ ଟଣ୍ଡନଙ୍କୁ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି।

ସୂଚନା ଅନୁସାରେ, ୧୯ ଜାନୁଆରୀ ୨୦୨୫ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେଇଥିଲେ। ଜଷ୍ଟିସ ସିଂଙ୍କ ଅବସର ପରେ ଏହି ସ୍ଥାୟୀ ପଦବୀ ଖାଲି ପଡ଼ିଥିଲା। ଆଉ ଆଜି (ଗୁରୁବାର) ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ ମିଳିଛି।

ତେବେ ଜଷ୍ଟିସ ହରିଶ ଟଣ୍ଡନ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ସେ ହେଉଛନ୍ତି ସପ୍ତମ ବରିଷ୍ଠ ବିଚାରପତି। ସେ ଏବେ କଲିକତା ହାଇକୋର୍ଟର ବିଚାରପତି ଅଛନ୍ତି। କୋଲକାତା ହାଇକୋର୍ଟର ସେ ହେଉଛନ୍ତି ସବୁଠୁ ବରିଷ୍ଠ ବିଚାରପତି। ସେ ୨୦୧୦ରୁ ଏପ୍ରିଲ୍‌ ୧୩ରୁ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

Leave A Reply

Your email address will not be published.