ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଏସଟିଏ ଯୁଗ୍ମ କମିଶନର ଗିରଫ

0

କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଶୁକ୍ରବାର ଗିରଫ କରିଛି। ଭିଜିଲାନ୍ସ ତାଙ୍କ ଘରୁ ୨ କେଜି ୧୦୦ ଗ୍ରାମ ସୁନା ଅଳଙ୍କାର ସହ ୧୭ ଲକ୍ଷ ଟଙ୍କା ଠାବ କରିଛି।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରିଥିଲା। ଚଢାଉ ବେଳେ ଭିଜିଲାନ୍ସ ପ୍ରଦୀପଙ୍କ ଘରୁ ମୋଟା ମୋଟା ସୁନାହାର, କାନଫୁଲ, ସୁନା ଚୁଡ଼ି, ମୁଦି ସାଂଗକୁ ସୁନା ବିସ୍କୁଟ। ଘରେ ଥିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ବଣ୍ଡଲ । ୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଭିଜିଲାନ୍ସ ଟିମ୍ ଜବତ କରିଥିଲା। ଏପରି କି ଚଢାଉ ବେଳେ ସେ ମାଳମାଳ ପ୍ଲଟ୍‌ କଣିଥିବା ଜଣାପଡିଛି। ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି।

କେବଳ ଏତିକି ନୁହେଁ, ପ୍ରଦୀପ ଅବସର ସମୟ କାଟିବାକୁ ମାଣେ ଜାଗାରେ ଏକ ଫାର୍ମ ହାଉସ କରିଥିବା ଜଣାପଡିଛି। ବର୍ତ୍ତମାନ ଏକ ବହୁତଳ ପ୍ରାସାଦ ନିର୍ମାଣ ଚାଲିଥିବା ତଦନ୍ତ ବେଳେ ସାମ୍‌ନାକୁ ଆସିଛି। ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି। ରେଡ୍‌ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା। ଭୁବନେଶ୍ୱର ରଘୁନାଥପୁରରେ ଏକ ୪ କୋଠରୀ ବିଶିଷ୍ଟ ଫ୍ଲାଟ ପାଇଁ ଦେଇଛନ୍ତି କୋଟିଏ ଟଙ୍କା। କିଣିଛନ୍ତି ୧୧ଟି ପ୍ଲଟ। ଆଉ ଏହି ପ୍ଲଟ୍‌ ଗୁଡିକ ମଧ୍ୟରେ ରହିଛି ଭୁବନେଶ୍ବର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ ଭଳି ଦାମୀ ସ୍ଥାନ ମାନଙ୍କରେ। ଏହାସହ ରହିଛି ପ୍ରଦୀପଙ୍କ ପାଖରେ ବେନାମୀ ୩ଟି ଚାରି ଚକିଆ ଗାଡ଼ି ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ପୁରୀରେ ତାଙ୍କର ଦୁଇଟି ବେନାମୀ ଫ୍ଲାଟ ରହିଛି। ଦୁଇଟି ବେନାମୀ ୪ ଚକିଆ ଯାନ ମଧ୍ୟ ତାଙ୍କର ଥିବାର ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବରରେ ଆରଟିଓ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ ମହାନ୍ତି ପରବର୍ତ୍ତୀ ଅବସ୍ଥାରେ କଟକରେ ଏସଟିଏ ଯୁଗ୍ମ କମିଶନର ଭାବେ ନିଯୁକ୍ତି ପାଇଥିଲେ। ସୋମବାର ଭିଜିଲାନ୍ସ ଜାଲରେ ଧରା ପଡ଼ିବା ପରେ ତାଙ୍କ ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି।

Leave A Reply

Your email address will not be published.