ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ସୁନା ଚୋରା ଚାଲାଣ ମାମଲାରେ ରିମାଣ୍ଡରେ ରାନ୍ୟା ରାଓ

0

ବେଙ୍ଗାଲୁରୁ: ସୁନା ଚୋରାଚାଲାଣ ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଯାଇଛି। ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)ର ଯୁକ୍ତି ପରେ ବେଙ୍ଗାଲୁରୁସ୍ଥିତ ଇକୋନୋମିକ୍‌ ଅଫେନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାନ୍ୟାଙ୍କୁ ଜେରା ସମୟରେ ଏକ ବଡ଼ ସୁନା ଚୋରା ଚାଲାଣ ଗ୍ୟାଙ୍ଗ ସହ ତାଙ୍କ ସମ୍ପର୍କ ସମ୍ବନ୍ଧରେ ଜଣାପଡ଼ିପାରେ ବୋଲି ଡିଆର୍‌ଆଇର ଓକିଲ କହିଥିଲେ।

ତେବେ ଏହି ଘଟଣା ସାମ୍‌ନାକୁ ଆସିବା ପରେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ ରହିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)ରେ ବଡ଼ଧରଣର ପରିବର୍ତ୍ତନ କରିବା ପାଇଁ କର୍ନାଟକ ସରକାର ପ୍ରସ୍ତୁତ ହେଉଛନ୍ତି। ବେଙ୍ଗାଲୁରୁ ଏୟାରପୋର୍ଟର ଏସ୍‌ଓପି ଅନୁଯାୟୀ, ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କ ପରିବାରବର୍ଗଙ୍କୁ ବିମାନବନ୍ଦରରେ ମିଳୁଥିବା ‘ପ୍ରୋଟୋକଲ ଷ୍ଟାଫ୍‌’ ସୁବିଧାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଥିବା କର୍ନାଟକ ଗୃହ ମନ୍ତ୍ରୀ ଜି. ପରମେଶ୍ୱରା କହିଛନ୍ତି।

Leave A Reply

Your email address will not be published.