ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

କର୍ଣ୍ଣାଟକରେ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ, ଓଡ଼ିଆ ଯୁବକଙ୍କୁ ହତ୍ୟା

0

କର୍ଣ୍ଣାଟକ: କର୍ଣ୍ଣାଟକ ଗଙ୍ଗାବତୀ ପର୍ଯ୍ୟଟକ ଆକ୍ରମଣ ମାମଲାରେ ନିଖୋଜ ଥିବା ଓଡ଼ିଆ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ବିବାସ ବୋଲି ଜଣାପଡ଼ିଛି। ଏକ ଦୁଷ୍କର୍ମ ଏବଂ ଆକ୍ରମଣ ମାମଲାରେ ୪୨ ବର୍ଷିୟ ବିବାସ କେନାଲରେ ନିଖୋଜ ହୋଇଯାଇଥିଲେ। ଦୁଷ୍କର୍ମକାରୀ ଠେଲି ଦେବାରୁ କେନାଲରେ ପଡ଼ି ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍‌‌ ସାଇଟ ନିକଟ ସାନପୁର ହ୍ରଦ କୂଳକୁ ଓଡ଼ିଆ ଯୁବକଙ୍କ ସମେତ ୫ଜଣ ଯାଇଥିଲେ। ୫ଜଣ ଗୁରୁବାର ରାତି ସାଢ଼େ ୧୦ଟାରେ ସାନପୁର ହ୍ରଦ କୂଳରେ ବୁଲାବୁଲି କରୁଥିଲେ। ସାନପୁର ହ୍ରଦକୁ ୩ ଦୁର୍ବୃତ୍ତ ଆସି ପ୍ରଥମେ ପେଟ୍ରୋଲ ଏବଂ ପରେ ୧୦୦ଟଙ୍କା ମାଗିଥିଲେ। ୨ ବିଦେଶୀଙ୍କ ସହ ୫ଜଣ ମନା କରିବାରୁ ସେମାନେ ୩ ଯୁବକଙ୍କୁ ହ୍ରଦକୁ ଠେଲିଦେଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଆ ଯୁବକ କେନାଲରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅପରପକ୍ଷରେ ୩ଜଣ ଯୁବକଙ୍କୁ ହ୍ରଦକୁ ଠେଲିଦେବା ପରେ ୩ଜଣ ଦୁର୍ବୃତ୍ତ ବିଦେଶିନୀ ସହ ଆଉ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୋଲିସ କହିଛି ଯେ, କେନାଲରେ ଠେଲି ଦିଆଯାଇଥିବା ଲୋକଙ୍କ ମଧ୍ୟରୁ ଡାନିଏଲ୍ ଏବଂ ପଙ୍କଜ ସୌଭାଗ୍ୟବଶତଃ ବିପଦରୁ ରକ୍ଷା ପାଇଯାଇଥିଲେ। ତେବେ ଓଡ଼ିଶାର ବିବାସ ନାମକ ବ୍ୟକ୍ତି କେନାଲରେ ନିଖୋଜ ଥିଲେ। ଶୁକ୍ରବାର ଦିନ ସାରା ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ହେଲେ ଶନିବାର ସକାଳେ ମଲ୍ଲପୁରରେ ତାଙ୍କ ମୃତଦେହ ମିଳିଥିଲା।

Leave A Reply

Your email address will not be published.