ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

କର୍ଣ୍ଣାଟକରେ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ, ଓଡ଼ିଆ ଯୁବକଙ୍କୁ ହତ୍ୟା

0

କର୍ଣ୍ଣାଟକ: କର୍ଣ୍ଣାଟକ ଗଙ୍ଗାବତୀ ପର୍ଯ୍ୟଟକ ଆକ୍ରମଣ ମାମଲାରେ ନିଖୋଜ ଥିବା ଓଡ଼ିଆ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ବିବାସ ବୋଲି ଜଣାପଡ଼ିଛି। ଏକ ଦୁଷ୍କର୍ମ ଏବଂ ଆକ୍ରମଣ ମାମଲାରେ ୪୨ ବର୍ଷିୟ ବିବାସ କେନାଲରେ ନିଖୋଜ ହୋଇଯାଇଥିଲେ। ଦୁଷ୍କର୍ମକାରୀ ଠେଲି ଦେବାରୁ କେନାଲରେ ପଡ଼ି ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍‌‌ ସାଇଟ ନିକଟ ସାନପୁର ହ୍ରଦ କୂଳକୁ ଓଡ଼ିଆ ଯୁବକଙ୍କ ସମେତ ୫ଜଣ ଯାଇଥିଲେ। ୫ଜଣ ଗୁରୁବାର ରାତି ସାଢ଼େ ୧୦ଟାରେ ସାନପୁର ହ୍ରଦ କୂଳରେ ବୁଲାବୁଲି କରୁଥିଲେ। ସାନପୁର ହ୍ରଦକୁ ୩ ଦୁର୍ବୃତ୍ତ ଆସି ପ୍ରଥମେ ପେଟ୍ରୋଲ ଏବଂ ପରେ ୧୦୦ଟଙ୍କା ମାଗିଥିଲେ। ୨ ବିଦେଶୀଙ୍କ ସହ ୫ଜଣ ମନା କରିବାରୁ ସେମାନେ ୩ ଯୁବକଙ୍କୁ ହ୍ରଦକୁ ଠେଲିଦେଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଆ ଯୁବକ କେନାଲରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅପରପକ୍ଷରେ ୩ଜଣ ଯୁବକଙ୍କୁ ହ୍ରଦକୁ ଠେଲିଦେବା ପରେ ୩ଜଣ ଦୁର୍ବୃତ୍ତ ବିଦେଶିନୀ ସହ ଆଉ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୋଲିସ କହିଛି ଯେ, କେନାଲରେ ଠେଲି ଦିଆଯାଇଥିବା ଲୋକଙ୍କ ମଧ୍ୟରୁ ଡାନିଏଲ୍ ଏବଂ ପଙ୍କଜ ସୌଭାଗ୍ୟବଶତଃ ବିପଦରୁ ରକ୍ଷା ପାଇଯାଇଥିଲେ। ତେବେ ଓଡ଼ିଶାର ବିବାସ ନାମକ ବ୍ୟକ୍ତି କେନାଲରେ ନିଖୋଜ ଥିଲେ। ଶୁକ୍ରବାର ଦିନ ସାରା ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ହେଲେ ଶନିବାର ସକାଳେ ମଲ୍ଲପୁରରେ ତାଙ୍କ ମୃତଦେହ ମିଳିଥିଲା।

Leave A Reply

Your email address will not be published.