ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୫ ବର୍ଷରେ ଆତ୍ମହତ୍ୟା କଲେଣି ୭୨ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ଗତ ୫ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୭୨ ଜୀବନ। ଆଜି ବିଧାନସଭାରେ ବିଧାନସଭାରେ ଛାତ୍ର ଆତ୍ମହତ୍ୟା ଏବଂ ଏହି ଘଟଣାଗୁଡ଼ିକର କାରଣ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ, ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଏହି ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୦ ରୁ ୨୮ ଫେବୃଆରୀରୁ ୨୦୨୫ ମଧ୍ୟରେ ସରକାରୀ ଏବଂ ବେସରକାରୀ ସ୍କୁଲ ଏବଂ କଲେଜରେ ମୋଟ ୭୨ ଜଣ ଛାତ୍ରଛାତ୍ରୀଙ୍କର ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ଆତ୍ମହତ୍ୟା ନେଇ ଶିକ୍ଷାନୁଷ୍ଠାନ ଦେଇଥିବା କାରଣ ଅନୁଯାୟୀ, ମାନସିକ ଚାପ, ଅଭିଯୁକ୍ତଙ୍କ ଦ୍ୱାରା ହଇରାଣ, ମାନସିକ ଅସନ୍ତୁଳନ, ସ୍କୁଲ ହଷ୍ଟେଲରେ ଫୋନ୍ ବ୍ୟବହାର କରିବାକୁ ମନା, ଶିକ୍ଷାଗତ ଚାପ, ବନ୍ଧୁମାନଙ୍କ ସହିତ ଭୁଲ ବୁଝାମଣା, ଘରୋଇ ଦ୍ୱନ୍ଦ୍ୱ, ପ୍ରେମ ବ୍ୟାପାରରୁ ଉପୁଜିଥିବା ସମସ୍ୟା, ପରୀକ୍ଷା ଏବଂ ପ୍ରେମ ସମ୍ପର୍କିତ ଅବସାଦ, ଘରକୁ ଯିବା ପାଇଁ ପିତାମାତାଙ୍କ ପ୍ରତିବନ୍ଧକ ପାଇଁ ମାନସିକ ଚାପରେ ଆସି ଏହି ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିଛନ୍ତି।

ଏଭଳି ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ନେଉଥିବା ପଦକ୍ଷେପକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବା ଭଳି ପଦକ୍ଷେପ ନିଆଯାଉଛି। ଯେଉଁ ଅବସାଦ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରାଯାଉଛି, ସେମାନଙ୍କୁ ସମର୍ଥନ କରିବା ପାଇଁ ଶିକ୍ଷକ କର୍ମଚାରୀମାନଙ୍କୁ ତାଲିମ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.