ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବର୍ତ୍ତମାନ ରାଜ୍ୟରେ ମୋଟ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଭୁବନେଶ୍ବର: ଆଜି ବିଧାନସଭାରେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆମ୍ବୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି; କେତେଗୋଟି ନୂଆ ଆମ୍ବୁଲାନ୍ସ ଆଣିବାର ଯୋଜନା ରହିଛି ? ଯାହାର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ରାଜ୍ୟରେ ପ୍ରଥମେ ଜରୁରୀକାଳୀନ ମେଡିକାଲ ସେବା ଯୋଗାଇବା ପାଇଁ ମୋଟ ୮୬୦ ଗୋଟି ଆମ୍ବୁଲାନ୍ସ ଚାଲୁଥିବାବେଳେ ବର୍ତ୍ତମାନ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି। ସେହିପରି ରାଜ୍ୟରେ ମୋଟ ୫୦୦ଟି ୧୦୮ ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ହେଉଛି। ତେବେ ବାଲେଶ୍ବର ଜିଲ୍ଲାରେ ମୋଟ ୬୧ ଗୋଟି ଇଏମଏଏସ-୧୦୮ ଜରୁରିକାଳୀନ ମେଡିକାଲ ସେବା ଆମ୍ବୁଲାନ୍ସ ଏବଂ ୪୬ ଗୋଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।

ସେହିପରି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ପରିଚାଳନା ନିମନ୍ତେ ଏକ ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ୟମରେ ଚୁକ୍ତିନାମା ସ୍ବାକ୍ଷର ତାରିଖଠାରୁ ଆଗାମୀ ୫ ବର୍ଷ ପାଇଁ ମନୋନୀତ କରାଯାଇଛି। ନିୟମାନୁସାରେ, ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ବିଭିନ୍ନ ବର୍ଗର କର୍ମଚାରୀ ଉଦ୍ଦିଷ୍ଟ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି କରିବାର ବ୍ୟବସ୍ଥା ଅଛି।

Leave A Reply

Your email address will not be published.