ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଧରାପଡିଲେ ମନ୍ଦିର ଲୁଟେରା: ମାଷ୍ଟରମାଇଣ୍ଡ ସହ ୩ ଗିରଫ

0

ନୟାଗଡ: ନୟାଗଡ ଟାଉନ ଥାନା ପୋଲିସକୁ ବଡ଼ ସଫଳତା। ପୋଲିସ ପଞ୍ଝାରେ ମନ୍ଦିର ଲୁଟେରା ଗ୍ୟାଙ୍ଗ। ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ଚୋରି ଲିଙ୍କରୁ ପୋଲିସ ହାତରେ ଧରାପଡିଛି ରାଜ୍ୟସ୍ତରୀୟ ମନ୍ଦିର ଲୁଟେରା ଗ୍ୟାଙ୍ଗ। ସାରା ରାଜ୍ୟର ବିଭିନ୍ନ ମନ୍ଦିରରୁ ଚୋରି କରି ପୋଲିସ ଆଖିର ନିଦ ହଜାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଏହି ମାମଲାର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ।
ଗିରଫ ହୋଇଥିବା ଲୁଟେରାମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଧୀନ ଅଇଁଳାଚୁଆଁ ଗାଁର ସୁଶାନ୍ତ କର୍ମୀ (୨୭), ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ଗଡ଼ଭିତର ଭାଁର ଲକ୍ଷ୍ମୀନାରାୟଣ ନାୟକ (୩୪), ସାହିଲ ପାତ୍ର (୨୬), ବଲାଙ୍ଗୀର ଥାନା ଅଧୀନ ବ୍ରାହ୍ମଣୀପଡ଼ା ଗାଁର ଗୌରହରି ମହାନ୍ତି।

ଏମାନଙ୍କ ନିକଟରୁ ପୋଲିସ ଠାକୁର ପିନ୍ଧୁଥିବା ୮ଟି ଚିତା (୩୨ ଗ୍ରାମ), ରୁପା ମୁକୁଟ, ରୁପା ନାଗ ସାପ, ନାକ ଚଣା, ଚିତା (୧୫୦୦ ଗ୍ରାମ), ଗୋଟିଏ ମୋବାଇଲ ଫୋନ, ଦୁଇଟି ଲୁହା ରଡ୍, ବ୍ୟାଗ୍, ୪୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅଇଁଳାଚୁଆଁ ଗାଁର ସୁଶାନ୍ତ ହିଁ ମୁଖ୍ୟ ଅଭିଯୁକ୍ତ। ସୁଶାନ୍ତ ନାଁରେ କେବଳ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୧ ଟି ମାମଲା ରହିଥିବାବେଳେ ସାହିଲ ନାଁରେ ଗୋଟିଏ ଓ ଲକ୍ଷ୍ମୀନାରାୟଣ ନାଁରେ ୩ଟି ମାମଲା ରହିଛି।” ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ, ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଟାଉନ ଥାନା ଇନସପେକ୍ଟର ରଶ୍ମୀ ରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ମୁତାବକ, ନୟାଗଡ଼ ଗୋପୀନାଥ ଓ ଦକ୍ଷିଣକାଳୀ ମନ୍ଦିରରୁ ଗତକିଛି ଦିନ ତଳେ ଚୋରି ହୋଇଥିଲା। ଏହି ଘଟଣାରେ ଚୋରକୁ ଧରିବାକୁ ସିସିଟିଭି ଫୁଟେଜ ସହ AIର ସହାୟତା ନେଇଥିଲା ପୋଲିସ। ଏପରିକି ଚୋରର ଫଟୋ ଓ ଭିଡ଼ିଓ ଜାରି କରିଥିଲା। ଶେଷରେ ଟାଉନ ଥାନା ଆଇଆଇସି, ନୟାଗଡ଼ ଏସଡିପିଓଙ୍କୁ ନେଇ ଗଠିତ ଏକ ସ୍ପେଶାଲ ସ୍କ୍ୱାଡ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି।

ସେମାନଙ୍କଠାରୁ ନୟାଗଡ଼ ଦକ୍ଷିଣକାଳୀ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶେଷ କରି ମନ୍ଦିରରୁ ଚୋରି ହୋଇଥିବା ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରିଛି ପୋଲିସ। ଏଥିରେ ୩୪ ଗ୍ରାମ ସୁନା, ଦେଢ କେଜିରୁ ଅଧିକ ପରିମାଣର ରୁପା ଏବଂ ୩୪ କେଜି ପିତ୍ତଳ ସହ ୪୦ ହଜାର ଟଙ୍କା ଜବତ ହୋଇଛି। ଅଧିକ ତଦନ୍ତ ପାଇଁ ଚୋରଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ନୟାଗଡ଼ ଏସପି।

Leave A Reply

Your email address will not be published.