ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି: ମନ୍ତ୍ରୀ

0

ଭୁବନେଶ୍ବର: ରାଜ୍ୟରେ ଆହୁରି ଅଣ୍ଡାର ଆବଶ୍ୟକତା ଅଛି। ରାଜ୍ୟରେ ପ୍ରତିଦିନ କୋଟିଏ ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି। ହେଲେ ଦୈନିକ ଆହୁରି ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏହି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି ଯେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଯାହା ଦ୍ବାରା ଆବଶ୍ୟକ ଥିବା ଅଣ୍ଡାର ଅଭାବ ପୂରଣ ହୋଇପାରିବ।

ସେହିପରି ରାଜ୍ୟରେ ଏବେ ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି। ବାହାର ରାଜ୍ୟରୁ ମାତ୍ର ୩୩ ହଜାର ୪୨୪ ମେଟ୍ରିକ ଟନ୍ ମାଛ ଆମଦାନୀ କରାଯାଉଛି। ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ ବାହାରକୁ ପଠାଯାଉଛି। ମଧୁର ମାଛ ପାଇଁ ଓଡିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାବେଳେ, ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବା ନେଇ ସରକାର ଅନେକ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ସରକାର ଧରିବେ ବାଳିଆ ମାଛ। ବଡ଼ ବାଳିଆକୁ ଧରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି। ବାଳିଆ ଧରା ହେବା ପରେ ରୋହି ଭାକୁର ଜାଆଁଳ ଛଡାଯିବ। ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ କହିଛନ୍ତି ଯେ, ଗତ ସରକାର ସମୟରେ ଜାଆଁଳ ଛଡା ଯାଇଥିଲା, ରାତିରେ ଛଡା ଯାଇଥିଲା। କେବଳ ଖାତା କଲମରେ ଜାଆଁଳ ଛଡା ଯାଉଥିଲା। ମନ୍ତ୍ରୀ କହିଛନ୍ତି ଯେ ଗତ ସରକାର ସମୟରେ କେବଳ ବାଳିଆ ମାଛ ଜାଆଁଳ ଛାଡିଥିଲେ, ସରକାର ବଡ଼ ବାଳିଆକୁ ଧରିବାକୁ ପଦକ୍ଷେପ ନେଉଛନ୍ତି। ଯାହା ଦ୍ବାରା ବାଳିଆ ଧରା ହେବା ପରେ ରୋହି ଭାକୁର ଜାଆଁଳ ଛଡାଯିବ। ନଚେତ୍ ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି।

Leave A Reply

Your email address will not be published.