ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଛାତ୍ରଛାତ୍ରୀଙ୍କୁ ବୃତି ନିମନ୍ତେ ବ୍ଲୁ ଷ୍ଟାର ଫାଉଣ୍ଡେସନ୍ ଓ ଆଇଟିଇଆର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

0

ଭୁବନେଶ୍ୱର, ମାର୍ଚ୍ଚ ୧୨: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ବ୍ଲୁ ଷ୍ଟାର ଫାଉଣ୍ଡେସନ୍ ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ଅନୁଯାୟୀ ଆଇଟିଇଆରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଆର୍ଥିକ ଭାବେ ଦୁର୍ବଳ ମାତ୍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କୁ ବାର୍ଷିକ ୭୫, ୦୦୦ ଟଙ୍କା ବୃତି ହିସାବରେ ଦିଆଯିବ।

ଏହି ଛାତ୍ରଛାତ୍ରୀଙ୍କୁ ଏହା ଆର୍ଥିକ ସାହାଯ୍ୟ, ପରାମର୍ଶ ଓ ଶିକ୍ଷାନବୀଶ ଭାବେ କାର୍ଯ୍ୟ କରିବାର ଅବକାଶ ତଥା ତାଲିମ ସୁବିଧା ଭାବେ ଉପଲ୨ ହେବ। ଛାତ୍ରଛାତ୍ରୀମାନେ ଅଧ୍ୟୟନର ପ୍ରଥମ ଅବା ଦ୍ୱିତୀୟ ବର୍ଷରେ ଏହି ସୁଯୋଗ ପାଇପାରିବେ। ଏହି ବୁଝାମଣାପତ୍ରରେ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଓ ବ୍ଲୁ ଷ୍ଟାର ଫାଉଣ୍ଡେସନ୍ ପକ୍ଷରୁ ଏହାର ଟ୍ରଷ୍ଟି ଶ୍ରୀମତି ସୁନୟନା ମୂର୍ତୀ ସ୍ୱାକ୍ଷର କରିଥିଲେ।

ଏହି ଅବସରରେ ବ୍ଲୁ ଷ୍ଟାର ଫାଉଣ୍ଡେସନ୍‌ର ସିଏସ୍‌ଆର ମ୍ୟାନେଜର ଶ୍ରୀମତି ପ୍ରତିଭା ନାୟକ, ମ୍ୟାନେଜର କମର୍ସିଆଲ୍‌ (ଏୟାର କଣ୍ଡିସନିଂ ଡିଭିଜନ୍‌) ଶ୍ରୀ ଅରୁଣ ଜି. ଶେକରନ୍‌, କନ୍‌ସଲ୍‌ଟାଂଟ ଶ୍ରୀ ଏସ୍‌. କଲ୍ୟାଣ, ଆଇଟିଇଆରର ଆଡିସ୍‌ନାଲ୍ ଡିନ୍‌ (ପ୍ଲେସ୍‌ମେଂଟ) ଡ. ରାଜକୁମାର ହୋତା ଓ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ସରୋଜ ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.