ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି

0

ବୁଗୁଡ଼ା: ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି। କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ୍। କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ବୁଗୁଡ଼ା ମୋଟାବାଡ଼ି ଗାଁ ନିକଟରେ ଧରାପଡ଼ିଲେ ଶ୍ରୀକାନ୍ତ। କାର୍‌ ଭିତରୁ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ।

ଦୁର୍ନତି ନିବାରଣ ବିଭାଗ ତରଫରୁ ମିଳିଥିବା ଖବର ଅନୁସାରେ ବେଲଗୁଣ୍ଠା ସବ-ରେଜିଷ୍ଟ୍ରାର ଅଫିସ୍‌ର କିରାଣି ଶ୍ରୀକାନ୍ତ ଡାକୁଆ ଦୁଇ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ନେଇ ଖବର ମିଳିଥିଲା, କିନ୍ତୁ କିରାଣିଙ୍କ ଟାଟା ନେକ୍ସନ କାର ଗାଡ଼ିରୁ ଏକ ଲକ୍ଷ ଛୟାଅଶି ହଜାର ଟଙ୍କା ଜବତ ହୋଇଥିଲା। ଏହାପରେ ଗୋଟିଏ ଟିମ୍ ବୁଗୁଡ଼ାରେ ଥିବା ସରକାରୀ କାର୍ଟରରେ ଚଢାଉ କରିଥିବାବେଳେ ଅନ୍ୟ ଏକ ଟିମ୍ ଶ୍ରୀକାନ୍ତଙ୍କୁ ନେଇ ତାଙ୍କର ବେଲଗୁଣ୍ଠା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଚଢାଉ କରି ବିଭିନ୍ନ କାଗଜପତ୍ର ଏବଂ ଟଙ୍କା ନେଣଦେଣ ଉପରେ ପ୍ରଶ୍ନ ପଚାରି ଘାଇଲା କରିଥିଲେ ଭିଜିଲାନ୍ସ ଟିମ୍।

ଶ୍ରୀକାନ୍ତ ବୁଗୁଡ଼ାରେ ଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଭିଜିଲାନସ ନିକଟରେ ଅଭିଯୋଗ ହେବାପରେ ଶ୍ରୀକାନ୍ତ ଭିଜିଲାନ୍ସ ସ୍କାନରରେ ଥିଲେ। ଶ୍ରୀକାନ୍ତଙ୍କ ଦୁର୍ନତି ଟଙ୍କାରେ ବୁଗୁଡ଼ାରେ ଅନ୍ୟ ଜଣଙ୍କ ନାମରେ କମ ଦାମରେ ଚାଷଜମି କିଣି ତାହାକୁ ପ୍ଳଟିଙ୍ଗ କରି ବିକ୍ରିକରି କୋଟିକୋଟି ଟଙ୍କା ବେଆଇନ ଭାବେ ରୋଜଗାର କରିଥିବା ଅଭିଯୋଗ ହୋଇଛି। ବୁଗୁଡାରୁ ଏକ ମାସ ତଳେ ବେଲଗୁଣ୍ଠାକୁ ବଦଳି କରିଥିଲ। ପ୍ରଶାସନ ଏବଂ ବେଲଗୁଣ୍ଠାରେ କାର୍ଯ୍ୟରତ କିରାଣିଙ୍କୁ ବୁଗୁଡ଼ାକୁ ବଦଳି କରିଥିଲେ। ଶ୍ରୀକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ସାଥୀରେ ନେଇଯାଇଥିବା ବେଳେ କାରଟିକୁ ଜବତ କରିଥିବା ଜଣାପଡ଼ିଛି। ଏଦିଗରେ ଭିଜିଲାନ୍ସ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.