ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି

0

ବୁଗୁଡ଼ା: ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି। କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ୍। କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ବୁଗୁଡ଼ା ମୋଟାବାଡ଼ି ଗାଁ ନିକଟରେ ଧରାପଡ଼ିଲେ ଶ୍ରୀକାନ୍ତ। କାର୍‌ ଭିତରୁ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ।

ଦୁର୍ନତି ନିବାରଣ ବିଭାଗ ତରଫରୁ ମିଳିଥିବା ଖବର ଅନୁସାରେ ବେଲଗୁଣ୍ଠା ସବ-ରେଜିଷ୍ଟ୍ରାର ଅଫିସ୍‌ର କିରାଣି ଶ୍ରୀକାନ୍ତ ଡାକୁଆ ଦୁଇ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ନେଇ ଖବର ମିଳିଥିଲା, କିନ୍ତୁ କିରାଣିଙ୍କ ଟାଟା ନେକ୍ସନ କାର ଗାଡ଼ିରୁ ଏକ ଲକ୍ଷ ଛୟାଅଶି ହଜାର ଟଙ୍କା ଜବତ ହୋଇଥିଲା। ଏହାପରେ ଗୋଟିଏ ଟିମ୍ ବୁଗୁଡ଼ାରେ ଥିବା ସରକାରୀ କାର୍ଟରରେ ଚଢାଉ କରିଥିବାବେଳେ ଅନ୍ୟ ଏକ ଟିମ୍ ଶ୍ରୀକାନ୍ତଙ୍କୁ ନେଇ ତାଙ୍କର ବେଲଗୁଣ୍ଠା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଚଢାଉ କରି ବିଭିନ୍ନ କାଗଜପତ୍ର ଏବଂ ଟଙ୍କା ନେଣଦେଣ ଉପରେ ପ୍ରଶ୍ନ ପଚାରି ଘାଇଲା କରିଥିଲେ ଭିଜିଲାନ୍ସ ଟିମ୍।

ଶ୍ରୀକାନ୍ତ ବୁଗୁଡ଼ାରେ ଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଭିଜିଲାନସ ନିକଟରେ ଅଭିଯୋଗ ହେବାପରେ ଶ୍ରୀକାନ୍ତ ଭିଜିଲାନ୍ସ ସ୍କାନରରେ ଥିଲେ। ଶ୍ରୀକାନ୍ତଙ୍କ ଦୁର୍ନତି ଟଙ୍କାରେ ବୁଗୁଡ଼ାରେ ଅନ୍ୟ ଜଣଙ୍କ ନାମରେ କମ ଦାମରେ ଚାଷଜମି କିଣି ତାହାକୁ ପ୍ଳଟିଙ୍ଗ କରି ବିକ୍ରିକରି କୋଟିକୋଟି ଟଙ୍କା ବେଆଇନ ଭାବେ ରୋଜଗାର କରିଥିବା ଅଭିଯୋଗ ହୋଇଛି। ବୁଗୁଡାରୁ ଏକ ମାସ ତଳେ ବେଲଗୁଣ୍ଠାକୁ ବଦଳି କରିଥିଲ। ପ୍ରଶାସନ ଏବଂ ବେଲଗୁଣ୍ଠାରେ କାର୍ଯ୍ୟରତ କିରାଣିଙ୍କୁ ବୁଗୁଡ଼ାକୁ ବଦଳି କରିଥିଲେ। ଶ୍ରୀକାନ୍ତଙ୍କୁ ଭିଜିଲାନ୍ସ ଟିମ୍ ସାଥୀରେ ନେଇଯାଇଥିବା ବେଳେ କାରଟିକୁ ଜବତ କରିଥିବା ଜଣାପଡ଼ିଛି। ଏଦିଗରେ ଭିଜିଲାନ୍ସ ତରଫରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.