ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଯାଜପୁରର କନିଷ୍ଠ ଯନ୍ତ୍ରୀଙ୍କ ଘରେ ମାରାଥନ ରେଡ୍

0

ଯାଜପୁର: ଯାଜପୁରର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଚାଲିଛି ମାରାଥନ ରେଡ୍। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ, କୁଆଖିଆ ସ୍ଥିତ ଅଫିସ୍‌ରେ ବି ଚାଲିଛି ଭିଜିଲାନ୍ସ ରେଡ୍। ଗତକାଲି ଚଢାଉ ବେଳେ ୨ ଲକ୍ଷ ୩୦ ହଜାର ଟଙ୍କା ସହ ଧରାପଡ଼ିଥିଲେ ଯାଜପୁର ଆର୍‌ଡି ଡିଭିଜନ୍‌ର ଯନ୍ତ୍ରୀ ଭୀମସେନ ମହାରଣା।

ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏକ ବହୁତଳ ପ୍ରାସାଦ ନିର୍ମାଣ ଚାଲିଛି, ଏହି ବହୁତଳ ପ୍ରାସାଦ ନିର୍ମାଣରେ କାହା ଟଙ୍କା ଲାଗିଛି ସେନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। କନିଷ୍ଠ ଯନ୍ତ୍ରୀଙ୍କ ଆଲିସାନ ଘର, ଘରେ ଲାଗିଛି ସେଣ୍ଟ୍ରାଲ୍ ଏସି। ଘରର ସିଲିଂ ଆଖି ଖୋସିଦେଲା ଭଳି। ତେବେ ଇଞ୍ଜିନିୟର ବାବୁ ଭୀମସେନ ମହାରଣାଙ୍କ ଘରେ ଚାଲୁଥିଲା ଦୁଇଟି ଫ୍ୟାକ୍ଟ୍ରି। କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ଚାଲିଥିଲା ପାଣି ଫ୍ୟାକ୍ଟ୍ରି।
ଯାଜପୁର ଜିଲ୍ଲା କୁଆଖିଆ ସେକ୍ସନ୍‌ର ଜାରକା ଆରଡି ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଥିବା ଭୀମସେନ ମହାରଣା ଠିକାଦାରଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ନେଉଥିଲେ। ଏ ସମ୍ପର୍କିତ ଅଭିଯୋଗ ଭିଜିଲାନ୍ସ କାର୍ଯ୍ୟାଳୟରେ ବାରମ୍ବାର ପହଞ୍ଚିଥିଲା। ତେଣୁ କଟକ ଭିଜିଲାନ୍ସର ଏକ ଟିମ୍ ଭୀମସେନଙ୍କ ଉପରେ ତୀକ୍ଷଣ ନଜର ରଖିଥିଲା। ଶୁକ୍ରବାର କଟକ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଶ୍ରୀ ମହାରଣା ଟଙ୍କା ଧରି ତାଙ୍କ ବ୍ୟକ୍ତିଗତ କାରରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ଗାଁରୁ ଫେରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚ ପରେ ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ୯୪୦ ଟଙ୍କା ଜବତ ହୋଇଥିଲା।

ପଚରାଉଚରା ସମୟରେ କନିଷ୍ଠ ଯନ୍ତ୍ରୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ସହିତ ଗାଡ଼ିକୁ ଜବତ କରିବା ସହିତ ପଚରାଉଚରା ହେପାଜତକୁ ନେଇଥିଲେ। ଏହା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୀମସେନଙ୍କ ୩ଟି ଠିକଣାରେ ଚଢ଼ାଉ ଜାରି ରଖିଥିଲା ଭିଜିଲାନ୍ସ।

Leave A Reply

Your email address will not be published.