ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଖୁଲମଖୁଲା ଭାବେ ସବୁଠି ଗଞ୍ଜେଇ କାରବାର ଚାଲିଛି। ଭୁବନେଶ୍ୱର ଆଚାର୍ଯ୍ୟବିହାରର ଆପୋଲୋ ହସ୍ପିଟାଲ ସ୍ଥିତ ବିଶେଶ୍ୱର ବସ୍ତିରେ ଏକ ପାନ ଦୋକାନରେ ସ୍ପେଶାଲ କ୍ରାଇମ ୟୁନିଟର ଚଢାଉ କରିଥିଲା, ଚଢାଉ ବେଳେ ଦୋକାନରୁ ବିପୁଳ ପରିମାଣର ଗଂଜେଇ ଓ ସିଗାରେଟ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍। ଘଟଣାସ୍ଥଳରୁ କିଛି ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍। ସେହିପରି ଏକାଧିକ ଯୁବକଙ୍କୁ ମଧ୍ୟ ଉଠାଇ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ୍।
ଆଜି ରାଜଧାନୀର ବିଭିନ୍ନ ପ୍ରମୁଖ ଛକ ସ୍ଥାନ ମାନଙ୍କରେ ଥିବା ଚା ଏବଂ ପାନ ଦୋକାନ ଗୁଡିକରେ ରେଡ୍ କରାଯାଇଛି। ବିପୁଳ ଗଞ୍ଜେଇ ଓ ସିଗାରେଟ୍ ଜବତ କରିବା ସହ ଏକାଧିକ ଯୁବକଙ୍କୁ ଧରିଛି କ୍ରାଇମ୍ ୟୁନିଟ୍। ୨ ଓମଫେଡ୍ ପାର୍ଲର ସିଲ କରାଯାଇଥିବା ବେଳେ ୨ ବ୍ୟକ୍ତି ଅଟକ ରହିଛନ୍ତି।
ପ୍ରମୁଖ ଖବର
ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ