ପ୍ରମୁଖ ଖବର

କଂଗ୍ରେସର ଉଗ୍ର ରୂପ, ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ
ଆଉ ୮ଟି ସହରରେ ‘ଆମ ବସ୍’ ଗଡ଼ିବ, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ବସ୍ ସେବା ଯୋଗାଇ ଦିଆଯିବ
କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି
ବର୍ଷକରେ ୨୬୩ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁ ମାନ୍ୟତା
ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ
ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଛଅ ଜଣଙ୍କର ମୃତ୍ୟୁ
କମ୍‌ ରୋଜଗାର ଥିଲେ କଟିବନି ରାସନକାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ଗାଧୋଇବାବେଳେ ପୋଖରୀରେ ବୁଡି ଛାତ୍ର ମୃତ

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ନରଣପୁର ଗାଁରେ ଅଘଟଣ। ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣକ ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା (୧୬) ବୋଲି ଜଣାପଡିଛି। ସେ ୧୦ମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କ ଘର୍‌ ଦୈତାରୀ ଥାନା ଟାଙ୍ଗିରିଆ ପାଳ ଗ୍ରାମରେ ବୋଲି ଜଣାପଡ଼ିଛି। ପୋଖରୀରେ ଗାଧୋଉଥିବା ବେଳେ ହଠାତ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେଶନ ଚଳାଇଥିଲେ। ପରେ ଅପରାହ୍ନ ପ୍ରାୟ ୧.୩୦ରେ ମୃତଦେହ ଉଦ୍ଧାର ହୋଇଥିଲା।
ସୂଚନାଯୋଗ୍ୟ; ସମୀର ତାଙ୍କ ଘର ଲୋକଙ୍କ ସହିତ କେନ୍ଦୁଝର ନରଣପୁର ରତ୍ନାସାହିରେ ରହୁଥିବା ଭଉଣୀଙ୍କ ଘରକୁ ଆସିଥିଲେ। ରବିବାର ସକାଳେ ସେ ଗାଁ ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ହଠାତ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହାପରେ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.