ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

0

ଛତିଶଗଡ଼: ଛତିଶଗଡ଼ରେ ନକ୍ସଲଙ୍କର ଏକ ବଡ଼ ଯୋଜନାକୁ ପଣ୍ଡ କଲେ ଯବାନ। ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ଠାବ କଲେ ସୁରକ୍ଷା ବାହିନୀ। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ଚେରପାଲ ଏବଂ ପାଲନାର ରାସ୍ତାରେ ନକ୍ସଲ ୪୫ କିଲୋ ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ସୁରକ୍ଷାକର୍ମୀ ଏହି ରାସ୍ତାରେ ସର୍ଚ୍ଚ ଅପରେସନକୁ ଯିବା ସମୟରେ ଟାର୍ଗେଟ କରିବା ପାଇଁ ଯୋଜନା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସିଆରପିଏଫ୍ ୨୨୨ ବାଟାଲିୟନର ଯବାନ ମାନେ ଶୁକ୍ରବାର ସକାଳେ ପାଲନାର କ୍ୟାମ୍ପରୁ ସର୍ଚ୍ଚ ଅପରେସନ ଲାଗି ବାହାରିଥିଲେ। ହେଲେ ଚେରପାଲ ଠାରୁ ଦୁଇ କିଲୋମିଟର ଦୂର ପାଲନାର ରାସ୍ତାରେ ନକ୍ସଲମାନେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲଗାଇଥିବା ଏକ ବଡ଼ ଲ୍ୟାଣ୍ଡମାଇନ ଠାବ କରିଥିଲେ। ଲ୍ୟାଣ୍ଡମାଇନର କମାଣ୍ଡ ସ୍ବିଚକୁ ପ୍ରାୟ ଦେଢ ଶହ ମିଟର ଦୁରରେ ଖଞ୍ଜାଯାଇଥିଲା। ତେବେ ବୋମା ନିଷ୍କ୍ରିୟକାରୀ ଟିମ୍ ଏହାକୁ ଅତି ସତର୍କତା ସହ ନିଷ୍କ୍ରିୟ କରିଛନ୍ତି।

ବିଜାପୁର ଏସ୍‌ପିଙ୍କ ସୂଚନାନୁଯାୟୀ, ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଟାର୍ଗେଟ୍ କରିବା ଲାଗି ମାଓବାଦୀ ମାନେ ଚେରପାଲ ପାଲାନାର ରାସ୍ତାରେ ଏହି ୪୫ କିଲୋଗ୍ରାମ ଆଇଇଡି ପୋତିଥିଲେ। ସତର୍କତା ଯୋଗୁଁ ବଡ ଧରଣର ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁରକ୍ଷା କର୍ମୀ।

Leave A Reply

Your email address will not be published.