ପ୍ରମୁଖ ଖବର

ଏସ୍‌ସି-ଏସ୍‌ଟି ମାମଲା ପାଇଁ ୬ ନୂଆ ସ୍ପେଶାଲ୍ କୋର୍ଟ
ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ, ଏମ୍‌କେସିଜିରେ ଚିକିତ୍ସାଧୀନ ମହିଳା ସଂକ୍ରମିତ
ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ
ନିଖୋଜ କମିଶନ ରିପୋର୍ଟ ମାମଲାରେ ଭି.କେ. ପାଣ୍ଡିଆନଙ୍କୁ ପୋଲିସର ନୋଟିସ
ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତାଦେଖା; ମେ ୧୫ ସୁଦ୍ଧା ରେଜଲ୍ଟ

0

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୨ତାରିଖରୁ ଆରମ୍ଭ ହେବ ଖାତା ଦେଖା। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ସେହିପରି ଭାବରେ ଏପ୍ରିଲ ୧୬ ତାରିଖରୁ ୨୮ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ସକାଳ ୭ ଟାରୁ ମଧ୍ୟାହ୍ନ ୧୨ ଟା ୩୦ ଓ ମଧ୍ୟାହ୍ନ ୧ ଟା ୩୦ ରୁ ଅପରାହ୍ନ ୬ ଟା ୩୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ଚାଲିବ। ତେବେ ମେ ୧୫ ସୁଦ୍ଧା ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ।

ସୂଚନାଥାଉ କି, ଏଥିଲାଗି ୭୮ଟି ଅଫଲାଇନ, ୭୦ଟି ଅନଲାଇନ କେନ୍ଦ୍ର ହୋଇଛି। ଖାତା ମୂଲ୍ୟାଙ୍କନ କରିବା ପାଇଁ ୧୬ ହଜାର ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ସୂଚନା ଦେଇଛି ବୋର୍ଡ।ତେବେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ସଂଖ୍ୟା ବଢାଇ ଦିଆଯାଇଛି। ଯେଉଁ ଜିଲ୍ଲାରେ କେନ୍ଦ୍ର ନଥିଲା ସେଠି ନୂଆକରି କେନ୍ଦ୍ର ଖୋଲାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ କମ ସମୟରେ ଖାତା ଦେଖା ଶେଷ କରିବା ପାଇଁ ପ୍ରତି ଜିଲ୍ଲାରେ ମୂଲ୍ୟାୟନ ଜୋନ କରାଯାଇଛି। ଚଳିତ ବର୍ଷ ୨୦-୩୦ଟି ମୂଲ୍ୟାୟନ ଜୋନ ଅଧିକ କରାଯାଇଛି। ଯେଉଁ ଜିଲ୍ଲାରେ ମୂଲ୍ୟାୟନ ଜୋନ ନଥିଲା ସେହି ସ୍ଥାନରେ ଜୋନ କରାଯାଇଛି।

Leave A Reply

Your email address will not be published.