ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଓଡିଶା ପରି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ। ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍। ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ ‘ନେଭା’ ଆପ୍ଲିକେସନ। ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ଲି ବା ‘ନେଭା’ ଆପ୍ଲିକେସନ କାର୍ଯ୍ୟକାରିତାକୁ ଷ୍ଟଡି କରିଛନ୍ତି ଦିଲ୍ଲୀ ବିଧାନସଭାର ପ୍ରତିନିଧି ମଣ୍ଡଳୀ। ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି ପ୍ରତିନିଧି ଟିମ୍।ଦିଲ୍ଲୀ ବିଧାନସଭାକୁ ଡେପୁଟେସନରେ ଯିବ ଓଡ଼ିଶା ବିଧାନସଭାର ଟେକ୍ନିକାଲ ଟିମ୍। ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରିବା ପାଇଁ ପରାମର୍ଶ ଦେବେ ଓଡ଼ିଶା ବିଧାନସଭାର ଏହି ଟିମ୍।

ଏହି ଅବସରରେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ମୋଦିଙ୍କ ଭିଜନ୍- ଡିଜିଟାଲ ଇଣ୍ଡିଆନ ଏବଂ ଗୋ ଗ୍ରୀନ୍। ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରାଯିବ। ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା। ଓଡ଼ିଶା ବିଧାନସଭାରେ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର ହେଉଛି। ତେଣୁ ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ମଧ୍ୟ ହେବ ପେପର ଲେସ୍‌। ଏହାସହ ଏଥିପାଇଁ ୧୦୦ ଦିନର ଟାର୍ଗେଟ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ବିଧାନସଭାରେ ବର୍ଷକୁ ୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ହେଉଛି। ତେଣୁ ୫୦୦କେଭିର ସୋଲାର୍ ସିଷ୍ଟମ୍ ଦିଲ୍ଲୀ ବିଧାନସଭା ଛାତରେ ଲଗାଯିବ।

Leave A Reply

Your email address will not be published.