ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଟ୍ରାଫିକ୍ ସମସ୍ୟା ସୁଧାରିବା ପାଇଁ ୨ ହଜାର ନୂଆ ପଦବୀ ସୃଷ୍ଟି

0

ଭୁବନେଶ୍ବର: ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ରାଜ୍ୟସ୍ତରୀୟ ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି। ଏଡିଜିପି/ଆଇଜିପି ଗୋଟିଏ ପଦବୀ, ଡିଆଇଜି (ପୋଲିସ) ଗୋଟିଏ ପଦବୀ, ଏସପି ୨ ଟି ପଦବୀ, ଡିଏସପି ୪ ଟି, ଇନ୍ସପେକ୍ଟର ୬ଟି, ଏସଆଇ ୮ଟି, ଏଏସଆଇ ୮ଟି, କନେଷ୍ଟବଳ ୨୨ଟି, ଡ୍ରାଇଭର ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ ସୃଷ୍ଟି ହୋଇଛି। ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି।

ଜିଲ୍ଲାସ୍ତରୀୟ ସେଟ-ଅପ୍‌ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି। ଡି.ଏସ୍‍.ପି. ୫ଟି ପଦବୀ, ଇନ୍‍ସପେକ୍ଟର ୪୧ଟି ପଦବୀ, ସବ୍‍- ଇନ୍‍ସପେକ୍ଟର ୮୩ ଟି ପଦବୀ, ଏ.ଏସ୍‍.ଆଇ. ୮୩ଟି ପଦବୀ, ହାବିଲ୍‍ଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି।

ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.