ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଓଡିଶା ପରି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍

0

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ। ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍। ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ ‘ନେଭା’ ଆପ୍ଲିକେସନ। ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ଲି ବା ‘ନେଭା’ ଆପ୍ଲିକେସନ କାର୍ଯ୍ୟକାରିତାକୁ ଷ୍ଟଡି କରିଛନ୍ତି ଦିଲ୍ଲୀ ବିଧାନସଭାର ପ୍ରତିନିଧି ମଣ୍ଡଳୀ। ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି ପ୍ରତିନିଧି ଟିମ୍।ଦିଲ୍ଲୀ ବିଧାନସଭାକୁ ଡେପୁଟେସନରେ ଯିବ ଓଡ଼ିଶା ବିଧାନସଭାର ଟେକ୍ନିକାଲ ଟିମ୍। ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରିବା ପାଇଁ ପରାମର୍ଶ ଦେବେ ଓଡ଼ିଶା ବିଧାନସଭାର ଏହି ଟିମ୍।

ଏହି ଅବସରରେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ମୋଦିଙ୍କ ଭିଜନ୍- ଡିଜିଟାଲ ଇଣ୍ଡିଆନ ଏବଂ ଗୋ ଗ୍ରୀନ୍। ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରାଯିବ। ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା। ଓଡ଼ିଶା ବିଧାନସଭାରେ ଲାଟେଷ୍ଟ ଟେକ୍ନୋଲୋଜି ବ୍ୟବହାର ହେଉଛି। ତେଣୁ ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ମଧ୍ୟ ହେବ ପେପର ଲେସ୍‌। ଏହାସହ ଏଥିପାଇଁ ୧୦୦ ଦିନର ଟାର୍ଗେଟ ରଖାଯାଇଛି। ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ବିଧାନସଭାରେ ବର୍ଷକୁ ୨ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ହେଉଛି। ତେଣୁ ୫୦୦କେଭିର ସୋଲାର୍ ସିଷ୍ଟମ୍ ଦିଲ୍ଲୀ ବିଧାନସଭା ଛାତରେ ଲଗାଯିବ।

Leave A Reply

Your email address will not be published.