ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ରାଜଧାନୀ ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

0

ଭୁବନେଶ୍ବର; ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଇମ୍ଫୋଭାଲି ଥାନା ମଦନପୁରର ରାଜ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ ଛାତ୍ର। ଅର୍ଧଦଗ୍ଧ ଅବସ୍ଥାରେ ଆହତ ଛାତ୍ରଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଛାତ୍ର ଜଣକଙ୍କର ପରିଚୟ ସମ୍ବଲପୁରର ପ୍ରଦୀପ ପାଢୀ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଇମ୍ଫୋଭାଲି ଥାନା ଅଧିନ ମଦନପୁର ରାସ୍ତାରେ ଛାତ୍ର ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଛନ୍ତି ନାଁ କେହି ଦୁର୍ବୃତ୍ତ ତାଙ୍କୁ ଜାଳି ଦେଇଛି ଏନେଇ କୌଣସି ସୂଚନା ନାହିଁ। ଛାତ୍ରଙ୍କୁ ଜଳୁଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ଛାତ୍ର ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କିପରି ଏ ଘଟଣା ଘଟିଲା ସେନେଇ ତଦନ୍ତ କରୁଛି ଇମ୍ଫୋଭାଲି ପୋଲିସ।

Leave A Reply

Your email address will not be published.