ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

0

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବଙ୍କ ମନ୍ଦିର ଉତ୍ତର ଦିଗକୁ ବେଢାକାଳୀଙ୍କ ମନ୍ଦିର ରହିଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱକୁ ଲାଗି ଏକ ନାତି ଉଚ୍ଚ ମନ୍ଦିର । ବେଢାକାଳୀଙ୍କୁ ଭଦ୍ରକାଳୀ ତଥା ଗୁହ୍ୟକାଳୀ ଭାବେ ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଥିବା ଜଣାଯାଏ । ବେଢାକାଳୀଙ୍କୁ ମନ୍ଦିରର ରକ୍ଷକ ଭାବେ ମଧ୍ୟ ଅଭିହିତ କରାଯାଏ ।

କଥିତ ଅଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବେଢା ମଧ୍ୟସ୍ଥ ଅନ୍ୟ ଦେବାଦେବୀଙ୍କ ପହୁଡ ନୀତି ହୋଇସାରିଲା ପରେ ମାଆ ଜାଗ୍ରତ ପ୍ରହରୀ ତଥା ବେଢାର ରକ୍ଷାକର୍ତ୍ତା ରୂପେ କାର୍ଯ୍ୟ କରିଥାନ୍ତି । ମନ୍ଦିରଟିର ଗର୍ଭଗୃହ ମଧ୍ୟରେ ମାଆ ଭଦ୍ରକାଳୀ ତଥା ମାଆ ବେଢା କାଳୀ ଅଧିଷ୍ଠିତା । ଭଦ୍ରକାଳୀ ପରମ ବୈଷ୍ଣବୀ । ଏହି କାଳୀ ମୂର୍ତ୍ତି ଝୁଣା ଓ ତୈଳରେ ନିର୍ମିତ । ମୂଳ ପ୍ରସ୍ତର ମୂର୍ତ୍ତି ଏହି ମୂର୍ତ୍ତିିର ପଛ ଭାଗରେ ଅଛନ୍ତି । ତାହା ଭକ୍ତମାନେ ଦେଖିପାରନ୍ତି ନାହିଁ । ବର୍ତ୍ତମାନର ମୂର୍ତ୍ତିିଙ୍କ ଡାହାଣ ପାଖକୁ ଥିବା ଏକ ରନ୍ଧ୍ର ଦେଇ ପ୍ରତିଦିନ ଫୁଲ,ଚନ୍ଦନ ପଶ୍ଚାତ୍‍ ଭାଗରେ ଥିବା ମୂଳ ଦେବୀଙ୍କୁ ଦିଆଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

ବର୍ତ୍ତମାନର ଦେଖାଯାଉଥିବା ଦେବୀ ବିଗ୍ରହ ବ୍ୟାଘ୍ର ଚର୍ମ ଉପରେ ଅଧିଷ୍ଠିତା । ପାୟ ୩ଫୁଟ ଉଚ୍ଚତା ବିଶିଷ୍ଟ ମାଆ କାଳୀ ଦ୍ୱିଭୁଜ ବିଶିଷ୍ଟା । ଦକ୍ଷିଣ ହସ୍ତ ଉର୍ଧ୍ୱକୁ ଉଠାଇ ସେ ଖଡ୍ଗ ଧାରଣ କରିଛନ୍ତି । ବାମ ହସ୍ତ ଖର୍ପର ଧାରଣ ସହିତ ଜାନୁ ଉପରେ ରହିଛି । ଗଳାରେ ମୁଣ୍ଡମାଳଓ ବାହାନ ରୂପେ ଏକ ସିଂହ ମୂର୍ତି ରହିଛନ୍ତି ।  ଷୋହଳ ପୂଜା ଉପଲକ୍ଷେ ମାଅାଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । 

Leave A Reply

Your email address will not be published.