ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ଅଗ୍ନିକାଣ୍ଡ

0

ଉଜ୍ଜୈନ: ବାବା ମହାକାଳେଶ୍ୱର ମନ୍ଦିରରେ ଘଟିଛି ଏକ ଅଘଟଣ। ଉଜ୍ଜୈନରେ ସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା ମହାକାଳେଶ୍ୱର ମନ୍ଦିରର ଶଙ୍ଖ ଦ୍ୱାରରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ଦେଖାଯାଇଛି। ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ୩ଟି ଗାଡି ସହ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ମନ୍ଦିର ପରିସରରେ ସିସିଟିଭି କଣ୍ଟ୍ରୋଲ୍‌ ରୁମ୍‌ର ଉପରେ ରଖାଯାଇଥିବା ବ୍ୟାରେଟରୀରୁ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଜଣାପଡିଛି। ମହାକାଳ ମନ୍ଦିରର କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.