ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହେବା କଥା ମିଛ: ଆଇନମନ୍ତ୍ରୀ

0

ଭୁବନେଶ୍ବର: ଜୋର ଧରିଛି ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ। ଏହାରି ଭିତରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଳକା ଦାରୁ ପ୍ରସଙ୍ଗ କଥା ସ୍ପଷ୍ଟ କରିଛନ୍ତି। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ସମ୍ପୂର୍ଣ୍ଣ ମିଛ। ସେ କହିଛନ୍ତି ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ବଳକା ଦାରୁରେ ଅଢ଼େଇ ଫୁଟ ମୂର୍ତ୍ତି ନିର୍ମାଣ ଅସମ୍ଭବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି।

ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସୋମବାର ଲୋକସେବା ଭବନରେ ଚାଲିଥିବା ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ବିବାଦକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଥିବା ଦ୍ଵନ୍ଦ୍ଵ ଦୂର କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ସମ୍ପୂର୍ଣ୍ଣ ମିଛ। ଯାହା ବଳକା କାଠ ଅଛି ଦାରୁ ଘରେ ଅଛି।

ଆଉ ଯାହା ଦଇତାପତି ନିଯୋଗ ପାଖରେ ଅଛି ତାହା ଦାରୁ ଘରକୁ ଅଣାଯିବ। ସବୁ କାଠକୁ ଗଣତି କରାଯାଇ ଦାରୁ ଘରେ ରଖାଯିବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ସୂଚନା ଥାଉକି, ଭୁବନେଶ୍ବରରେ ମୂର୍ତ୍ତି ତିଆରି କରି ଦୀଘା ନେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର। ସୁଦର୍ଶନ ମହାରଣା ତିଆରି କରିଥିବା ମୂର୍ତ୍ତି ଦୀଘା ନେଇଥିଲେ। ତେବେ ବିବାଦୀୟ ମନ୍ତବ୍ୟ ପାଇଁ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରାଯାଇଛି। ଜବାବ ଆସିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Leave A Reply

Your email address will not be published.