ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଭାରତ ନେଲା ପହଲଗାମ୍ ପ୍ରତିଶୋଧ

0

ଭାରତର ଏୟାର ଷ୍ଟ୍ରାଇକରେ ୧୦୦ ଆତଙ୍କାବାଦୀ ନିପାତ

ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ

ଭାରତର ଏୟାର ଷ୍ଟ୍ରାଇକ୍‌ରେ ବଡ଼ ଆତଙ୍କୀ ମସୁଦ ଆଝାରର ପରିବାର ଶେଷ

ନୂଆଦିଲ୍ଲୀ; ମଧ୍ୟରାତ୍ରୀ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏୟାରରେଡ। ଶେଷରେ ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡିକ ବିରୁଦ୍ଧରେ ପ୍ରତିଶୋଧ ନେଇଛି ଭାରତ। ଏହି ଆକ୍ରମଣରେ ପାକିସ୍ତାନର ୭ଟି ସହରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ। ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଭାରତର ଏୟାର ଷ୍ଟ୍ରାଇକରେ ୧୦୦ ଆତଙ୍କାବାଦୀ ନିପାତ ହୋଇଛନ୍ତି । 

ରାତି ୧ଟା ୫ରୁ ୧ଟା ୨୫ ମଧ୍ୟରେ ଅର୍ଥାତ ୨୦ ମିନିଟ ମଧ୍ୟରେ ଭାରତୀୟ ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ପିଓକରେ ହୋଇଥିବା ବେଳେ ଏଥର ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ହମଲା କରିଛନ୍ତି। ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତାଏବା ଓ ହିଜବୁଲ ମୁଜାହିଦ୍ଦିନର କ୍ୟାମ୍ପ ଗୁଡ଼ିକ ଉପରେ ଏପରି ଷ୍ଟ୍ରାଇକ କରାଯାଇଛି। ଭାରତର ଏୟାର ଷ୍ଟ୍ରାଇକ୍‌ରେ ବଡ଼ ଆତଙ୍କୀ ମସୁଦ ଆଝାରର ପରିବାର ଉଜୁଡିଲା। ଅପରେସନ୍‌ ସିନ୍ଦୂରରେ ମସୁଦ ପରିବାରର ୧୦ ଜଣ ସଫା ହୋଇଥିବା ସୂଚନା।

ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି। ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି । ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି। ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ  ନିର୍ଦ୍ଦେଶ ଜାରି ହୋଇଛି। 

Leave A Reply

Your email address will not be published.