ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଭାରତ ନେଲା ପହଲଗାମ୍ ପ୍ରତିଶୋଧ

0

ଭାରତର ଏୟାର ଷ୍ଟ୍ରାଇକରେ ୧୦୦ ଆତଙ୍କାବାଦୀ ନିପାତ

ଅଧ ରାତିରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ

ଭାରତର ଏୟାର ଷ୍ଟ୍ରାଇକ୍‌ରେ ବଡ଼ ଆତଙ୍କୀ ମସୁଦ ଆଝାରର ପରିବାର ଶେଷ

ନୂଆଦିଲ୍ଲୀ; ମଧ୍ୟରାତ୍ରୀ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଏୟାରରେଡ। ଶେଷରେ ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଗୁଡିକ ବିରୁଦ୍ଧରେ ପ୍ରତିଶୋଧ ନେଇଛି ଭାରତ। ଏହି ଆକ୍ରମଣରେ ପାକିସ୍ତାନର ୭ଟି ସହରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ। ଏପର୍ଯ୍ୟନ୍ତ ମିଳିଥିବା ସୂଚନାନୁଯାୟୀ, ଭାରତର ଏୟାର ଷ୍ଟ୍ରାଇକରେ ୧୦୦ ଆତଙ୍କାବାଦୀ ନିପାତ ହୋଇଛନ୍ତି । 

ରାତି ୧ଟା ୫ରୁ ୧ଟା ୨୫ ମଧ୍ୟରେ ଅର୍ଥାତ ୨୦ ମିନିଟ ମଧ୍ୟରେ ଭାରତୀୟ ସେନା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ପିଓକରେ ହୋଇଥିବା ବେଳେ ଏଥର ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ହମଲା କରିଛନ୍ତି। ଜୈଶ-ଇ-ମହମ୍ମଦ, ଲସ୍କର-ଇ-ତାଏବା ଓ ହିଜବୁଲ ମୁଜାହିଦ୍ଦିନର କ୍ୟାମ୍ପ ଗୁଡ଼ିକ ଉପରେ ଏପରି ଷ୍ଟ୍ରାଇକ କରାଯାଇଛି। ଭାରତର ଏୟାର ଷ୍ଟ୍ରାଇକ୍‌ରେ ବଡ଼ ଆତଙ୍କୀ ମସୁଦ ଆଝାରର ପରିବାର ଉଜୁଡିଲା। ଅପରେସନ୍‌ ସିନ୍ଦୂରରେ ମସୁଦ ପରିବାରର ୧୦ ଜଣ ସଫା ହୋଇଥିବା ସୂଚନା।

ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି। ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି । ସୀମାକୁ ପାକିସ୍ତାନ ସେନା ପଠାଇଥିବା ସୂଚନା ମିଳିଛି। ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ  ନିର୍ଦ୍ଦେଶ ଜାରି ହୋଇଛି। 

Leave A Reply

Your email address will not be published.