ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

0

ଭୁବନେଶ୍ବର: ସିଭିଲ ଡିଫେନ୍ସରେ ସାମିଲ ହେବାକୁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସନ୍ତୁ। ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରନ୍ତୁ। ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,”ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଁ ଜନ ସାଧାରଣଙ୍କୁ ଆହ୍ବାନ କରୁଛି। “ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ।

ଏହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ। ଆବଶ୍ୟକ ହେଲେ, ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକ‌ତା ଅନୁଯାୟୀ ଅନ୍ୟ ସ୍ଥାନମାନଙ୍କରେ ନୂଆ ସଙ୍ଗଠନ ଗଢିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ, ବିଶେଷକରି ଯୁବ ବର୍ଗ, ଏଥିପାଇଁ ଆଗେଇ ଆସିବେ। “

Leave A Reply

Your email address will not be published.