ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ : ଓମାର

0

ଜାମ୍ମୁ-କାଶ୍ମୀର: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ଏକ ବଡ ଘୋଷଣା କରିଛନ୍ତି। ପାକିସ୍ତାନ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ଏବଂ ସେମାନଙ୍କ ଯନ୍ତ୍ରଣା ସହଭାଗୀ ହେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ଜାମ୍ମୁ-କାଶ୍ମୀରର ପୁଞ୍ଚ, ରାଜୌରୀ, ଜାମ୍ମୁ, ବାରାମୁଳା ସେକ୍ଟରରେ ଗତ ୪ ଦିନ ମଧ୍ୟରେ ହୋଇଥିବା ଗୁଳିଗୋଳା ମାଡ଼ରେ ଅତିକମ୍‌ରେ ୨୦ଜଣଙ୍କ ପ୍ରାଣ ଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଅତିରିକ୍ତ ଜିଲା ଉନ୍ନୟନ କମିସନର ରହିଥିଲେ। ଶନିବାର ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି।
ସୂଚନାଥାଉ କି ପାକିସ୍ତାନ ପଟୁ ଆକ୍ରମଣରେ ଗତ ବୁଧବାର ପୁଞ୍ଚ ଅଞ୍ଚଳରେ ୧୨ଜଣ ସାଧାରଣ ନାଗରିକଙ୍କ ପ୍ରାଣ ଯାଇଥିବା ବେଳେ ଶୁକ୍ରବାର ଉରୀ ଓ ପୁଞ୍ଚରେ ୨ଜଣଙ୍କ ଜୀବନ ଯାଇଥିଲା। ଶନିବାର ପୂର୍ବାହ୍ଣରେ ଆଉ ୬ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ପାକିସ୍ତାନ ପଟୁ ଗୁଳିଗୋଳା ମାଡ଼ରେ ନିରୀହ ବ୍ୟକ୍ତି ପ୍ରାଣ ହରାଇଥିବା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏଥିସହ ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

Leave A Reply

Your email address will not be published.