ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନାର ବରିଷ୍ଠ ଅଧିକାରୀ ପ୍ରେସମିଟରେ ଦେଇଥିବା ଏକ ବୟାନ ସମସ୍ତଙ୍କୁ ଚକିତି କରିଛି। ୨୦୧୯ରେ ଜାମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣ କରିଥିବା ନିଜେ ମାନିଛି ପାକିସ୍ତାନ ବାୟୁସେନା। ଏହି ଆକ୍ରମଣରେ ୪୦ ଜଣ ଭାରତୀୟ ସିଆରପିଏଫ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ବାୟୁସେନାର ଡିରେକ୍ଟର ଜେନେରାଲ ପବ୍ଲିକ ରିଲେସନ୍ସ ଏୟାର ଭାଇସ ମାର୍ଶାଲ ଔରଙ୍ଗଜେବ ଅହମ୍ମଦ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆକ୍ରମଣକୁ “କୌଶଳଗତ ଚତୁରତା” (ଟାକ୍ଟିକାଲ ବ୍ରିଲିଆନ୍ସ) ବୋଲି ଅଭିହିତ କରିଛନ୍ତି।
ପାକ ଅଧିକାରୀ ଔରଙ୍ଗଜେବ ଅହମ୍ମଦଙ୍କ ସହ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏହି ପ୍ରେସମିଟରେ ଉପସ୍ଥିତ ଥିଲେ।.. ୨୦୧୯ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ହୋଇଥଲା। ଆତ୍ମଘାତୀ ହମଲାରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।
୨୦୧୯ ମସିହା ଫେବୃଆରୀ ୧୪ରେ ପାକିସ୍ତାନ ଆଧାରିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ)ର ଜଣେ ଆତ୍ମଘାତୀ ବୋମାବାଜ ଆଦିଲ ଅହମ୍ମଦ ଡାର ପୁଲୱାମାରେ ସିଆରପିଏଫ ଯବାନଙ୍କ ଏକ କନଭୟ ଉପରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ମାଡ଼ି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଭାରତ ଏହାର ପ୍ରତିଶୋଧ ନେଇ ଫେବୃଆରୀ ୨୬, ୨୦୧୯ରେ ପାକିସ୍ତାନର ବାଲାକୋଟରେ ଜେଇଏମର ଏକ ଆତଙ୍କବାଦୀ ତାଲିମ ଶିବିର ଉପରେ ବାୟୁସେନା ମାଧ୍ୟମରେ ଆକ୍ରମଣ କରିଥିଲା। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାପରେ ଭାରତ ପାକ୍ରେ ଏୟାରଷ୍ଟ୍ରାଇକ୍ କରିଥିଲା।