ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

0

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ। ଦ୍ୱାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର ୯୧.୬୪%, ଛାତ୍ରଙ୍କ ପାସହାର ୮୫.୭୦% ରହିଛି। ଛାତ୍ରଛାତ୍ରୀମାନେ cbse.gov.in , cbseresults.nic.in , results.cbse.nic.in ୱେବସାଇଟରେ ରେଜଲ୍ଟ ଦେଖି ପାରିବେ। ଏହି ୱେବସାଇଟରେ ଲଗଇନ କରି ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଦେଖି ପାରିବେ। ଯେଉଁମାନଙ୍କର ଇଂଟରନେଟ ସଂଯୋଗ ନାହିଁ ସେମାନେ ଇଂଟେରାକ୍ଟିଭ ଭଏସ ରେସପନ୍ସ ସିଷ୍ଟମ (ଆଇଭିଆରଏସ) ଜରିଆରେ ରେଜଲ୍ଟ ଜାଣିପାରିବେ। ଏହି ଜରିଆରେ ଏସଟିଡି କୋଡ୍ ଦେଇ ଏବଂ ରୋଲ ନମ୍ବର ସହିତ ଅନ୍ୟାନ୍ୟ ଜରୁରୀ ତଥ୍ୟ ଦେଇ ରେଜଲ୍ଟ ଜାଣି ପାରିବେ।

ସେହିପରି ଏସଏମଏସ ଜରିଆରେ ମଧ୍ୟ ରେଜଲ୍ଟ ଜାଣି ପାରିବେ। ୭୭୩୮୨୯୯୮୯୯ କୁ CBSE10 ଲେଖି ରେଜଲ୍ଟ ଦେଖି ପାରିବେ। ୨୦୨୪ରେ ୮୭.୯୮ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଚଳିତବର୍ଷ ୦.୪୧ ପ୍ରତିଶତ ପାସ୍ ହାର ବୃଦ୍ଧି ପାଇଛି। ଦେଶରେ ଛାତ୍ରୀଙ୍କ ପାସ୍‌ହାର ୯୧.୬୪%, ଛାତ୍ରଙ୍କ ପାସ୍‌ହାର ୮୫.୭୦% -JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍‌ ରହିଛି।

Leave A Reply

Your email address will not be published.