ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଡିଭାଇଡରରେ ପିଟି ହୋଇ ଓଲଟିଲା ବୋଲେରୋ

0

ଧାମରା: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମୁଝାଡ଼ି ଧାମରା ରାସ୍ତାର ବେତଡ଼ା ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ରାସ୍ତାକଡ଼ ନୟନଜୋରୀକୁ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୩ ଛୋଟ ପିଲାଙ୍କ ସମେତ ୧୨ ଜଣ ଗୁରୁତର ହୋଇଛନ୍ତି।

ସ୍ଥାନୀୟ ଲୋକ ଓ ବାସୁଦେବପୁର ପୋଲିସ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତରମାନଙ୍କୁ ଚିକିତ୍ସା ପାଇ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତିମାନେ ଚୂଡ଼ାମଣି ସାମୁଦ୍ରିକ ଥାନା ଅଧୀନ ହାଟ ସାହିର ବୋଲି ସୂଚନା ମିଳିଛି, କେନ୍ଦ୍ରାପଡ଼ା ଜିଲା ଓଳାବର ଅଞ୍ଚଳରେ ଏକ ଚତୁର୍ଥୀ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।

Leave A Reply

Your email address will not be published.