ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନିଖୋଜ ସିଆରପିଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବଲାଙ୍ଗୀର: ଗତ ଶୁକ୍ରବାର ଦିନରୁ ନିଖୋଜ ଥିବା ଜଣେ ସିଆରପିଏଫ୍ ଯବାନଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ବଲାଙ୍ଗୀରର ଲରମ୍ଭା ଥାନା ଅନ୍ତର୍ଗତ ଘାସିଆନ ଗାଁ ନିକଟ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଗଣେଶରାମ ଭୋଇ ହୋଇଥିବା ବେଳେ ସେ କିଛି ଦିନ ପୂର୍ବରୁ ଛୁଟିରେ ନିଜ ଗ୍ରାମକୁ ଫେରିଥିଲେ।

ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ଲୋକଙ୍କ ଏକ ଗୋଷ୍ଠୀ ନିକାଞ୍ଚନ ଅଞ୍ଚଳରେ ମୃତଦେହ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ପରିବାର ସଦସ୍ୟମାନେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରୁଥିବା ବେଳେ ପୋଲିସ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ମାମଲା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଫୋରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶୁକ୍ରବାର ଯବାନ ଜଣକ ଘରେ ନିଜ ଫୋନ୍ ଛାଡି ଦେଇ ହଠାତ୍ କୁଆଡେ ପଳାଇ ଯାଇଥିଲେ। ପରିବାର ବର୍ଗ ତାଙ୍କ ସହିତ ଯୋଗାଯୋଗ କରିନପାରିବାରୁ ନିଖୋଜ ରିପୋର୍ଟ କରିଥିଲେ।

Leave A Reply

Your email address will not be published.